ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟି ବୈଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆତ୍ମା କମିଟି ଆନୁକୂଲ୍ୟରେ ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟିର ଦିନିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ରିତାରାଣୀ ଥପା, ନେହେରୁ ବୁଡ଼େକ, ପ୍ରମୋଦ ଭୋଇ, ଉଦ୍ୟାନ ବିଭାଗର ଦେବବ୍ରତ ନାୟକ , ବେଲଗାଁ ସହକାରୀ କୃଷି ଅଧିକାରୀ ସମ୍ବିତ ସୌରଭ ରଥ, ମତ୍ସ୍ୟ ବିଭାଗର ସୁଜିତ ମହାନ୍ତି, ପ୍ରାଣୀଧନ ଚିକିତ୍ସକ ଡ଼. ପ୍ରମୋଦ ଭୋଇ ପ୍ରମୁଖ ଉପସ୍ଥିତ ରହି ଚାଷୀମାନେ ଚାଷ କଲେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେନେଇ ମତ ପ୍ରକାଶ କରିଥିଲେ। ଏହା ସହିତ ଆତ୍ମା କମିଟି ପରିଚାଳନାରେ ବ୍ୟାପକ ପ୍ରଚାର ପ୍ରସାର କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମନମୁଖୀ ରଣ ପ୍ରଦାନ କରାଯାଉଛି, ଯାହାଫଳରେ ରଣ ଟଙ୍କା ଆଦାୟ ହୋଇ ପାରୁନାହଁ ବୋଲି ବୈଠକ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ବିବିନା ଓ ତାଳବାହାଲ ପଞ୍ଚାୟତରେ ଖାଲି ପଡ଼ିଥିବା କୃଷକ ସାଥି ପଦବୀ ପାଇଁ ନିଯୁକ୍ତି କରାଯିବ ବୋଲି ସିଦ୍ଧାନ୍ତ ଗ୍ରହଣ ନିଆଯାଇଥିଲା। ଉକ୍ତ ବୈଠକକୁ ଆତ୍ମା ଅଧ୍ୟକ୍ଷ ହେମନ୍ତ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ କୃଷି ଅଧିକାରୀ ଭକ୍ତଚରଣ ଛତ୍ରିଆ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ କୃଷି ଓଭରସିୟର ଶାନ୍ତିଲତା ମିଶ୍ର, ମନୋଜ ଭୋଇ, ଗ୍ରାମ୍ୟ କୃଷି କର୍ମଚାରୀ ବରଜ ବିଡ଼ିକା, କଲ୍ୟାଣୀ ବାଗ, ବବିତା ମେହେର, ଲକ୍ଷପତି ଭୋଇ , ଏଟିଏମ ଫକୀର ଦଣ୍ଡସେନା, କୃଷକ ସାଥି ଓ ଆତ୍ମା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.