ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): କେଶପୁର ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ବିନୋଦ ବିହାରୀ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉତ୍ସବରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟ ଅତିଥି, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ଵୈଦ୍ୟ ସମ୍ମାନୀତ ଅତିଥି, ଚାନ୍ଦିପୁଟ ମହାବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରି ବେହେରା, ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ତଥା ବର୍ଷୀୟାନ ଆଇନଜୀବୀ ମାଗୁଣୀ ଚରଣ ପଲାଇ, ପ୍ରତିଷ୍ଠାତା ଉପ ସଭାପତି ଶ୍ରୀହର୍ଷ ରଥ, ବର୍ତ୍ତମାନର ସଭାପତି ଅକ୍ଷୟ କୁମାର ସାହୁ ପ୍ରମୁଖ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ସଭାରେ ଅଧ୍ୟକ୍ଷ ଅଶୋକ କୁମାର ପଲାଇ ସଭାପତିତ୍ବ କରିଥିଲାବେଳେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସ ମଞ୍ଚ ପରିଚାଳନା କରିଥିଲେ। ସେବା ନିବୃତ୍ତ ଅଧ୍ୟକ୍ଷଙ୍କୁ ମାନପତ୍ର ଉପଢୌକନ ଓ ପୁରସ୍କାର ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅଧ୍ୟାପିକା ଶୁଭସ୍ମିତା ଲେଙ୍କା ମାନପତ୍ର ପଠନ କରିଥିବା ବେଳେ ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସବିତା ପାଢ଼ୀ, ସଙ୍ଗୀତା ମିଶ୍ର, କୁମୁଦିନୀ ପ୍ରଧାନ, ସନ୍ତୋଷି ପରିଡ଼ା , ଅଧ୍ୟାପକ ଘନଶ୍ୟାମ ମହାରଣା, ଗଗନ ଗଉଡ, ସୁଧାକର ପଲେଇ, ରାଜେନ୍ଦ୍ର କୁମାର ସାହୁ, ସନ୍ତୋଷ ସାହୁ, ଦିଲ୍ଲୀପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।