ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଓ ଗଣ ଧାରଣା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ନୂଆପଡା ଶାଖା ତରଫରୁ ଆଜି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଏ ନେଇ ନୂଆପଡା ଜିଲ୍ଲପାଳ ଅଫିସର ସମ୍ମୁଖରେ ନୂଆପଡା ବ୍ଲକର ସମସ୍ତ ସଦସ୍ୟ ଗଣ ଧାରଣାରେ ସାମିଲ ହୋଇଛନ୍ତି। ସେମାନେ ଚଳିତ ମାସ ୭ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ କାଳ ବ୍ୟାଚ ପିନ୍ଧି ଆନ୍ଦୋଳନ କରିଥିଲେ। ସୂଚନା ମତେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାବିତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ କରିବା ସହିତ ଦରମା ହାର ଲେବୁଲ-୫ ରୁ ଲେବୁଲ-୯ କୁ ବୃଦ୍ଧି କରିବା ଏବଂ ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସମ୍ପୁର୍ଣ୍ଣ କରିଥିବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ପଦୋନ୍ନତି କରିବା ସହିତ ଜି.ପି.ଡି.ଓ ପଦବୀରେ ଶତ ପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ ଓ.ପି.ଆର.ଏସ କ୍ରେଡ଼ ରୁଲରେ ଅନ୍ତର୍ଭୁକ୍ତ କରିବା ଭଳି ୨ ଦଫା ଦାବୀ ନେଇ ଗଣ ଧାରଣାରେ ବସିଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘ ସଭାପତି ଭାନୁ ପ୍ରତାପ ଦଣ୍ଡସେନା ସୂଚନା ଦେଇଛନ୍ତି। ଏହି ଧାରଣାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଏବଂ ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ ସମର୍ଥନ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.