ଛାତ୍ର ଓ ଛାତ୍ରୀଙ୍କ ଝଗଡ଼ା; ସ୍କୁଲରେ ପଶି ଅବିଭାବକ ଛାତ୍ରୀଙ୍କୁ କଚାଡି ମାଡ଼ ମାରିଲେ, ସ୍କୁଲରେ ଉତ୍ତେଜନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଡହଗାଁ ପଞ୍ଚାୟତ ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ପରେ ସ୍କୁଲ ଭିତରେ ପସି ଜଣେ ଅବିଭାବକ ଛାତ୍ରୀଙ୍କୁ କଚାଡ଼ି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାପରେ ଆଜି ବିଦ୍ୟାଳୟରେ ଛାତ୍ରୀଙ୍କ ପରିବାର ଲୋକେ ଆସି ତାଲା ପକାଇବା ସହ ସ୍କୁଲ ନିକଟରେ ଉତ୍ତେଜନା ସୃଷ୍ଟି ହୋଇଛି। ସୂଚନା ମୁତାବକ ବିଦ୍ୟାଳୟରେ ଦିତୀୟ ଶ୍ରେଣୀରେ ଅଧ୍ୟୟନ ଛାତ୍ରୀ ଅଞ୍ଜୁ ନାଏକ ଓ ଛାତ୍ର ବିରେନ୍ଦ୍ର ପୁଝାରୀ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା। ଏହା ପରେ ଛାତ୍ର ଜଣକ ଘରେ ଯାଇ ତାଙ୍କ ବାପାଙ୍କୁ କହିବା ପରେ ସ୍କୁଲକୁ ବିରେନ୍ଦ୍ରଙ୍କ ବାପା ପ୍ରଦୀପ ପୁଝାରୀ ଆସି ଛାତ୍ରୀ ଅଞ୍ଜୁ ଓ ସଞ୍ଜୁ ଦୁଇ ଭଉଣୀଙ୍କୁ ଶିକ୍ଷକଙ୍କ ଉପସ୍ଥିତିରେ ମାଡ ମାରିଥିଲେ। ଆଜି ଏହି ଘଟଣାରେ ଛାତ୍ରୀଙ୍କ ପରିବାର ଲୋକେ ସ୍କୁଲରେ ପହଞ୍ଚି ତାଲା ପକାଇବା ସହ ଧାରଣା ଦେଇ ଉତ୍ତେଜନା ସୃଷ୍ଟି ହୋଇଛି। ସବୁଠୁ ବଡ଼କଥା ହେଲା ଅଧ୍ୟୟନ ସମୟରେ ଛାତ୍ର ଜଣକ କେମିତି ସ୍କୁଲ କେମ୍ପସ୍ ଭିତରୁ ଘରକୁ ଯାଇ ତାଙ୍କ ବାପାଙ୍କୁ କହିଲା ଓ ସ୍କୁଲରେ ପସି ଛାତ୍ରଙ୍କ ବାପା ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରୀଙ୍କୁ ମାଡ଼ ମାରିଲେ ତାକୁ ନେଇ ଉଠିଛି ପ୍ରଶ୍ନ। ଏପଟେ ଶିକ୍ଷକମାନେ ଗଡବଡେଇ ଯାଇ ବାହାରେ କ୍ଲାସ ଚାଲିଥିବା ଓ ଆମେ ଉପସ୍ଥାନ ପୁସ୍ତିକା କାର୍ଯ୍ୟାଳୟକୁ ନେଉଥିବା ସମୟରେ ଘଟଣା ଘଟିଛି ବୋଲି ବାହାନା ମାରୁଥିବା ବେଳେ ଛାତ୍ରୀ ଜଣକ ଶ୍ରେଣୀ କୋଠରୀରେ ଘଟଣା ଘଟିଥିବା ଓ ପାଚିକାଙ୍କ ଆଶ୍ରୟ ନେଇଥିବା କଥା କହିଛନ୍ତି। ଏପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସବୁଜାଣି ଅଜଣା ହେବା ଭଳି ଶିକ୍ଷକ ମାନଙ୍କ ଉପସ୍ଥିତିରେ ଏଭଳି ହୋଇନଥିବା କହିଛନ୍ତି। ଏଣେ ଛାତ୍ରୀ ଜଣକ ଶିକ୍ଷକଙ୍କ ଉପସ୍ଥିତିରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଘଟଣାର ଖବର ପାଇ ମୋଟେର ଫାଣ୍ଡି ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା। ଏହାପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଣି ରଶ୍ମିତା ନେତାମ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ ପହଞ୍ଚି ଅଭିଭାବକ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ଛାତ୍ରୀଙ୍କ ବୟାନ ରେକର୍ଡ କରିଛନ୍ତି। ଶିକ୍ଷକ ଉପସ୍ଥିତରେ ଘଟଣା ଘଟିଛି, ତେଣୁ ଶିକ୍ଷକଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଇଓ କହିଛନ୍ତି। ଏଣେ ଥାନାରେ ମାମଲା ରୁଜୁ ହେବାପରେ ପୋଲିସ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେବା ନେଇ ସୂଚନା ରହିଛି। ତେବେ ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ଶିକ୍ଷକଙ୍କ ଉପସ୍ଥିତରେ ସ୍କୁଲରେ ପସି ଛାତ୍ରୀଙ୍କୁ ଜଣେ ଅବିଭାବକ ମାଡ଼ ମାରିଥିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସ୍କୁଲରେ ଛାତ୍ର ଛାତ୍ରୀ ଯଦି ସୁରକ୍ଷିତ ନୁହନ୍ତି ତେବେ କେଉଁ ଭରସା ଲୋକେ ବିଦ୍ୟାଳୟକୁ ପିଲାଙ୍କ ଶିକ୍ଷା ପାଇଁ ବିଦ୍ୟାଳୟକୁ ପଠେଇବେ ତାହା ଅବିଭାବକ ମହଲ ରେ ଆଲୋଡନ ସୃଷ୍ଟି କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.