କଳାକାର ଭବନ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ସ୍ଥାନୀୟ କଳାକାର ମାନେ କାର୍ଯ୍ୟାଳୟକୁ ଯାଇ କଳାକାର ଭବନ ନିର୍ମାଣ ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନିଲ୍ ଖରାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ଧରି କଳାକାର ମାନେ ଆଞ୍ଚଳିକ ଭାଷା କଳା ସଂସ୍କୃତି ଙ୍କୁ ନେଇ ପାରମ୍ପରିକ ଲୋକ କଳା ପ୍ରଦର୍ଶନ କରି ଆସୁଛନ୍ତି ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ କଳାକାର ମାନଙ୍କର ବିକାଶ ଓ ଲୋକକଳାର ପୁନଃରୁଦ୍ଧାର ପାଇଁ ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ନଗର ଠାରେ କଳା ସଂସ୍କୃତି ସଂଘ ଗଠନ କରାଯାଇଛି କିନ୍ତୁ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ | ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗତ ୨୧/୯/୨୧ ତାରିଖରେ ପତ୍ର ସଂଖ୍ୟା ୫୯୫୩ ରେ ଉଲ୍ଲେଖ ରହିଛି ଯେ ସମସ୍ତ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟ ରେ ଉପ ସଭାପତିଙ୍କୁ ସ୍ଵତ୍ଵନ୍ତ୍ର କାର୍ଯ୍ୟାଳୟର ବ୍ୟବସ୍ଥା ସହ ଗ୍ରସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଉ ଏବଂ ଜେଡକେଏସଏସ,ବିକେଏସଏସ ଓଁ ଏନକେଏସଏସ ପାଣ୍ଠିକୁ ସକ୍ରିୟ କରାଯାଇ ଆଇଇଏସ ପାଣ୍ଠି ମାଧ୍ୟମରେ ଜନ ସଚେତନ କାର୍ଯ୍ୟକ୍ରମ କରାଯାଉ କିନ୍ତୁ ଏହା ସଠିକ୍ ଭାବେ ଏଯାଏଁ କାର୍ଯ୍ୟକାରୀ ହୋଇ ପାରିନାହିଁ | କଳା ସମ୍ପର୍କିତ ବୈଠକ କିମ୍ବା ଦୂର୍ ଦୁରାନ୍ତରୁ ଅନେକ କଳାକାର ଆସି ବ୍ଲକ୍ ଓ ଜିଲ୍ଲା ସ୍ତରରେ କଳା ପ୍ରଦର୍ଶନ କରିବା ପାଇଁ ଆସିବା ବେଳେ ଅଭ୍ୟାସ କରିବା, ମେକ୍ଅପ୍ ହେବା କିମ୍ବା ମହିଳା ମାନଙ୍କୁ ଡ୍ରେସ୍ ପିନ୍ଧାପିନ୍ଧୀ ଏମିତି କି ଶୌଚ ହେବା ପାଇଁ ନାନା ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି | ସେଥିପାଇଁ କଳାକାର ପାଇଁ ସ୍ୱତ୍ୱନ୍ତ୍ର କଳାକାର ଭବନ ନିର୍ମାଣ କରାଗଲେ ସମସ୍ତ କଳାକାର ଏଥିରେ ଉପକୃତ ହେବେ ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ କଳାକାର ମାନଙ୍କ ମଧ୍ୟରୁ ସୁରେଶ ବିଡ଼ିକା ଶ୍ୟାମଧର କୁଲିସିକା, ଚିତ୍ରୁ ହିକକା, ଆର୍ଜୁ ପ୍ରାସ୍କା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.