ପ୍ରେମିକାକୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ପ୍ରେମିକକୁ କୋର୍ଟ ଚାଲାଣ କଲା ପୋଲିସ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ପ୍ରେମିକ ନିଜ ପ୍ରେମିକା ଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ୠଜୁଲ ବୁଡ଼େକ (୨୩) ଘର କୁଡାସିଙ୍ଗା ଟିକ୍ରାପଡା ବୋଲି ଜଣାପଡିଛି l ଯାହାକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚା ଜୋର ଧରିଛି l ପ୍ରକାଶ ଯେ, ଟିକ୍ରାପଡା ଫାଣ୍ଡି କୁଡାସିଙ୍ଗା ଗ୍ରାମର ଜୈନିକା ଯୁବତୀ (ଛଦ୍ମନାମ) ମିନାକ୍ଷୀ ଙ୍କ ସହିତ ଗାଁ ର ୠଜୁଲ ନାମକ ଯୁବକ ସହ ଦୀର୍ଘ ୮ ମାସ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା l ଏ ନେଇ ପ୍ରେମିକା ମିନାକ୍ଷୀ ବାରମ୍ବାର ବିବାହ ପାଇଁ ପ୍ରେମିକଙ୍କୁ କହି ଆସୁଥିବା ବେଳେ ପ୍ରେମିକ ଜଣକ ମିଥ୍ୟା ପ୍ରତିଶୃତି ଦେଇ ମିନାକ୍ଷୀ ସହିତ ଶାରୀରିକ ସମ୍ପର୍କ ସ୍ଥାପନ ରଖି ଆସୁଥିଲା l ଯାହା ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି ପ୍ରେମିକା ଜଣକ ସଇଁତଲା ଥାନାରେ ଲିଖିତ ଏତଲା ଦେଇଥିଲା l ଏହାକୁ ଭିର୍ତ୍ତି କରି ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର ଘଟଣାର ତଦନ୍ତ କରି ଥାନା କେଶ ନଂ ୨୦୧/୨୩ ରେ ଏକ ମାମଲା ରୁଜୁ କରି ଉଭୟ ପ୍ରେମୀ ଯୁଗଳ ଙ୍କୁ ଡାକ୍ତରୀମାଇନା କରି ଅଭିଯୁକ୍ତ ୠଜୁଲ ଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.