ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପୁରୀ ଜିଲ୍ଲା ସତ୍ୟବାଦୀରେ ‘୫-ଟି’ ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ କରାଯାଇଛି। ୫-ଟି ସଚିବଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଥିବା ଘଟଣାକୁ ସାରା ରାଜ୍ୟର ତୀବ୍ର ନିନ୍ଦା କରାଯାଉଛି। କୋକସରା ବିଜେଡ଼ି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଏହି ଘଟଣାକୁ ଦୃଢ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ବ୍ଳକ ବିଜେଡି ସଭାପତି ଶୁସାନ୍ତ ବେହେରା, ଧର୍ମଗଡ଼ ବିଧାନସଭା ସଭାପତି ମାନସ ରଞ୍ଜନ ବାଗ, ପଞ୍ଚକ ପୋଡ଼, ଅଜିତ୍ ପଟ୍ଟନାୟକ, ପ୍ରମୋଦ ପ୍ରଧାନୀ, ବିଶ୍ବନାଥ ପଟ୍ଟନାୟକ, ମହେଶ ଗୁପ୍ତା ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଏହି ଘଟଣା ପଛରେ ଥିବା ଆକ୍ରମଣକାରୀ ଓ ଷଡ଼ଯନ୍ତ୍ରକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।