ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ସାର୍କିଟ ହାଡସ ଠାରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ କଳାହାଣ୍ଡି ବ୍ୟାଡମିଣ୍ଟନ ଚାମ୍ପିଅନସିପ ପାଇଁ ସଂଘ ସଭାପତି ପ୍ରଦୀପ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଚଳିତ ମାସ ୨୭ ରୁ ୨୯ ତାରିଖ ଯାଏଁ ହେବାକୁ ଥିବା ଜିଲ୍ଲା ଚାମ୍ପିଅନସିପ ଓ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସଂଘରେ ନୂତନ ଭାବେ ଯୋଗ ଦେଇଥିବା ସଭ୍ୟ ଅରୁଣ ସାହୁ, ରଞ୍ଜନ ସାହୁ, ନରେନ୍ଦ୍ର ଦାସ ଓ ଅମିତ ଜୈନଙ୍କୁ ଉପଢୌକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଏହି ସଭାରେ ସଂଘର ସମସ୍ତ ବରିଷ୍ଠ ସଦସ୍ୟ, କାର୍ଯ୍ୟକାରୀ କମିଟିର ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀ ମଧ୍ୟ ଉପସ୍ଥିତ ରହିଥିଲେ।