ବର୍ଷାର ଆଗମନର ପାଇଁ ଦେବୀ ଉପାସନା, ବାର ପାଳି ଲୋକେ ଚଢିଲେ ପାହାଡ଼ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ମହିମା ଠାରେ ଦଣ୍ଡପାଟିଆଣୀ ଦେବୀଙ୍କ ପୀଠରେ ତିନ ଦିନଧରି ୧୨ ଖଣ୍ଡ ଗାଁର ଦେବାଦେବୀ ଓ ଲୋକେ ବର୍ଷାର ଆଗମନ ପାଇଁ ରବିବାର ଠାରୁ ଧରିଣୀ ଦେଇ ଉପାସନା କରିଥିଲେ। ଆଜି ମଙ୍ଗଳବାର ପୀଠରେ ପୂଜାର୍ଚ୍ଚନା ପରେ ଦେବା ଦେବୀଙ୍କ ଶିରା ପୂଜକ ଓ ଶତାଧିକ ଲୋକେ ମନ୍ଦିର ପରିସରୁ ଡଙ୍ଗର ଅଭିମୁଖେ ବିରାଟ ପଟୁଆରରେ ପାରମ୍ପରିକ ବାଜା ଘଣ୍ଟ, ଶଙ୍ଖର ଧ୍ବନି ଦେଇ ଆଗେଇ ଥିଲେ। ସେଠାରେ ପହଞ୍ଚିବା ପରେ ପ୍ରଥମେ ଡଙ୍ଗର ନିକଟରେ ପାଦପୂଜା କରାଯାଇ ଡଙ୍ଗର ଚଢ଼ିବା ପାଇ ଅନୁମତି ନେଇଥାନ୍ତି। ଏହାପରେ ଆରମ୍ଭ ହୋଇଥିଲା ପାହାଡ଼ ଚଢ଼ା କାର୍ଯ୍ୟ। ସେଠାରେ ପହଞ୍ଚି ଗୁମ୍ଫା ଆକୃତିର ଏକ ବିରାଟ କାୟ ପଥର ନିକଟରେ ମା ସ୍ୱର୍ଗ ମାଉଳୀ ଦେବୀଙ୍କ ଠାରେ ଆଦିବାସୀ ପରମ୍ପରାରେ ପୂଜା କାର୍ଯ୍ୟ ଆରମ୍ଭ କରି ହୋମ୍ କରା ଯାଇଥିଲା। ଏହି ସମୟ ମଧ୍ୟରେ ଶିରାଙ୍କ ଦେହରେ ପୂର୍ବରୁ ଦେବୀଙ୍କ କାଳିଶୀ ଚଢିଥିବା ବେଳେ ବର୍ଷା ଆଗମନର କଥା ଦେବୀଙ୍କ ପ୍ରତିନିଧିତ୍ଵ କରୁଥିବା ପୁଝାରୀ ମାନେ ବର୍ଷାର ଆଗମନର କଥା ପଚାରି ବୁଝିଥାନ୍ତି। ଉପସ୍ଥିତ ଚାଷୀ ଓ ୧୨ଖଣ୍ଡ ଗାଁର ଲୋକେ ଦେବା ଦେବୀଙ୍କୁ ଗୁହାରି କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରକ୍ତଭୋଗରେ ବୋଦା (ଗଡରା), କୁକୁଡା ଆଦି ବଳୀ ପ୍ରଦାନ କରାଯାଇଥିଲା। ଏବଂ ଶୁକ୍ଳଭୋଗରେ ମୁହାଁ ନୈବେଦ୍ୟ ଆଦି ପ୍ରଦାନ କରାଯାଇଥିଲା। ପାର୍ଶ୍ବରେ ବାରଭାଇ ଭିମାଦେବ, ଶୋଲ ଭଉଣୀ ଠାକୁରାଣୀ, ବିଜଳୀ ମତି, ରାହା ଡୁମା, ବାଗଡୁମା ଓ ଡଙ୍ଗର ଦେବତା ଆଦି ପୂଜା ହୋଇଥାଏ। ଏହାପରେ ସରଗ ଦେବୀଙ୍କ ଆସ୍ଥାନ ଗୁମ୍ଫା ସଦୃଶ୍ୟ ପଥର ଉପରେ ୧୨ ଖଣ୍ଡ ଗ୍ରାମର ସାମିଲ ହୋଇଥିବା ଦେବାଦେବୀଙ୍କ ପୂଜକ, ଶିରା ମାନଙ୍କୁ ସୂତା ବନ୍ଧା ଯାଇ ସରଗ ମାଉଳୀଙ୍କ ନାଁରେ ୧୨ ଗରା ପାଣି, କ୍ଷିର ଓ ମାଦ୍ରକ ଲାଗି କରା ଯାଇଥିଲା। ପରେ ସର୍ଗ ମାଉଳୀଙ୍କ ଆସନରୁ ଭଲ ବର୍ଷାର କାମନା କରି ପୂର୍ବ ଦିଗକୁ ଏକ ପାରାକୁ ଉଡା ଯାଇଥିଲା। ଏବଂ ସେହି ଉଡାଇ ଥିବାପାରା ପୁର୍ନବାର ଫେରିଥିଲା। ବିଶ୍ବାସ ରହିଛି ପାରା ଫେରିଲେ ନିଶ୍ଚୟ ବର୍ଷା ହୋଇଥାଏ ବୋଲି କେଉଁ ଏକ ଆବାହମାନ କାଳରୁ ହୋଇ ଆସୁଛି ବୋଲି ଅଞ୍ଚଳର ବରିଷ୍ଠ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି। ପୁଜାର ତତକ୍ଷଣାତ୍ ଡଙ୍ଗର ଉପରେ ହିଁ ବର୍ଷା ଝରି ପଡିଥିଲା। ଯାହାକୁ ନେଇ ଚାଷୀ ଓ ଗ୍ରାମବାସୀଙ୍କ ମନରେ ଏକ ପ୍ରକାର ଉତ୍ସାହିତ ହୋଇଉଠି ବର୍ଷାରେ ଭିଜିଥିଲେ। ପରେ ଅନ୍ୟ ଏକ ସ୍ଥାନର ପଥର ସଯ୍ୟାରେ ପଣ୍ଡରା ଭିମାର ପୂଜା କାର୍ଯ୍ୟ କରିଥିଲେ। ଏବଂ ସେଠାରେ ମଧ୍ୟ ବଳୀ ପ୍ରଦାନ କରାଯାଇ ବର୍ଷା ପାଇଁ ଗୁହାରି କରିଥିଲେ। ଏ‌ଆପରେ ପ୍ରାରମ୍ଭରେ ଚଡିଥିବା ପଶ୍ଚିମ ଦିଗକୁ ନ ଓହ୍ଲେଇ ପାହାଡ଼ର ପୂର୍ବ ଦିଗକୁ ଓହ୍ଲାଇ ଆସି ଦେବୀଙ୍କ ଆସ୍ଥାନ ସ୍ଥଳକୁ ଫେରିଥିଲେ। ସନ୍ଧ୍ୟାରେ ପାଠୀ ଦେବାଦେବୀ ମାନଙ୍କୁ ଶୀତଲା କାର୍ଯ୍ୟ କରାଯାଇ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଛି। ପୂଜା କାର୍ଯ୍ୟକୁ ଦେବୀଙ୍କ ମୁଖ୍ୟ ପୁଝାରୀ ରତନ ପୁଝାରୀ, ଶିରା ତୁମେଶ୍ବର ପୁଝାରୀ ସମ୍ପାଦନ କରିଥିଲେ। ଏହି ପୂଜା କାର୍ଯ୍ୟରେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସାମିଲ ହୋଇ ଦେବୀଙ୍କ ପୀଠରେ ଅଞ୍ଚଳର ଲୋକେଙ୍କ ମଙ୍ଗଳ କାମନା କରି ଦେବୀଙ୍କ ନିକଟରେ ପ୍ରାର୍ଥନା କରି ଥିଲେ।ପୂଜା କାର୍ଯ୍ୟକୁ ଦେବୀଙ୍କ ମୁଖ୍ୟ ପୁଝାରୀ ରତନ ପୁଝାରୀ, ଶିରା ତୁମେଶ୍ବର ପୁଝାରୀ ସମ୍ପାଦନ କରିଥିଲେ। ଶକ୍ତିଶ୍ୱର ପୁଝାରୀ, ଧନେଶ୍ୱର ମାଝୀ, ଗିରିଧାରୀ ମାଝୀ, ପରମେଶ୍ୱର ପୂଝାରୀ, ଶିରା ତୁମ୍ବେଶର ପୁଝାରୀ, ସୁରେଶ ମାଝୀ, ମହିମା ସରପଞ୍ଚ ଇଶରାମ କୋଲଥିଆ, କମିଟି ସଭାପତି ଚକାଡୋଳା ପାତ୍ର, ସମ୍ପାଦକ ନିଲାମ୍ବର ନାଏକ, ସମିତିସଭ୍ୟ ଘନଶ୍ୟାମ ନାଏକ, ସୁଧୀର କୁମାର ପାତ୍ର, ରୋହିତ ମାଝୀ, ଭଦ୍ରେଶ୍ୱର ପାତ୍ର, ଅଭିରାମ ଳଦୁଆ, ହିମାଞ୍ଚଳ ପାତ୍ର, ଅର୍ଜୁନ ବାଣୁଆ, ଟେମରା ସରପଞ୍ଚ କ୍ଷିତୀରାମ ପାତ୍ର ସମେତ ୧୨ ଖଣ୍ଡ ଗାଁର ଲୋକମାନେ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.