ପିଇଓ ବଦଳି ପାଲଟିଛି ପ୍ରହସନ; ପୁରୁଣା ପଞ୍ଚାୟତ ଛାଡିବାକୁ ନାରାଜ ଅଧିକାରୀ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ୩ ବର୍ଷରେ ଅନ୍ୟ ସ୍ଥାନକୁ ଥରେ ବଦଳି କରିବା ପାଇଁ ନିୟମ ରଖିଥିଲେ ମଧ୍ୟ ତାହା କେତେକ କ୍ଷେତ୍ରରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି l ଏପରିକି ଜଣେ ଜଣେ କର୍ମଚାରୀ ଗୋଟିଏ ସ୍ଥାନରେ ୮/୧୨ ବର୍ଷ ଲେଖାଏଁ ପଞ୍ଚାୟତ ଆସନକୁ ଜାବୁଡି ରଖିଥିବା ଦେଖାଦେଇଛି l ଏ ନେଇ ସ୍ଥାନୀୟ ବ୍ଲକ ପ୍ରଶାସନ ପଞ୍ଚାୟତର କିଛି ପିଇଓମାନଙ୍କୁ ଅଦଳ ବଦଳ କରିଛି । ତେବେ ତାହା ପ୍ରହସନ ପାଲଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି । ପ୍ରକାଶ ଯେ, ଗତ ଜୁଲାଇ ୧୨ ତାରିଖ ଦିନ ଚିଠି ନଂ ୧୬୯୦ ରେ ସଇଁତଲା ବ୍ଲକର ୬ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଥିବା ଏକ ନିର୍ଦେଶନାମା ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ପ୍ରକାଶ କରିଥିଲେ l ଯେଉଁଥିରେ ବଦଳି ନାଁରେ ସୁରକ୍ଷା ଦେଲା ଭଳି ପ୍ରୟାସ କରାଯାଇଥିବା ପଞ୍ଚାୟତର ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି । ଏହାକୁ ନେଇ ଅସନ୍ତୋଷ କୁହୁଳୁଥିବା ଦେଖାଦେଇଛି l ଏଥିରେ ବଦଳି ହୋଇଥିବା ୬ ଜଣ ପିଇଓଙ୍କ ମଧ୍ୟରୁ ଭଦ୍ରା ପଞ୍ଚାୟତ ଦାୟିତ୍ୱରେ ପିଇଓ ନିଜ ମୂଳ ପଞ୍ଚାୟତ ଭଦ୍ରାରେ ଦୀର୍ଘ ୧୨ ବର୍ଷ ହେବ ଜାବୁଡି ରହିଥିବା ବେଳେ ଅଳ୍ପ ଦିନ ତଳେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଡୁଙ୍ଗୁରିପାଲି ପଞ୍ଚାୟତରୁ ଦାୟିତ୍ୱ କାଢି ନିଆଯିବା ପରେ ପୁନର୍ବାର ତାଙ୍କୁ ମୂଳ ପଞ୍ଚାୟତ ଭଦ୍ରା ଦାୟିତ୍ୱରେ ରଖାଯାଇଛି l ଏ ନେଇ ଭଦ୍ରା ପଞ୍ଚାୟତ ନାଏବ ସରପଞ୍ଚ, ୱାର୍ଡ ମେମ୍ବର ପିଇଓଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସଇଁତଲା ବିଡ଼ିଓ ଶ୍ରୀନାଗଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି l ସେହିପରି କୁମ୍ଭାରୀ ପଞ୍ଚାୟତ ଦାୟିତ୍ୱ ଥିବା ପିଇଓଙ୍କ ମଧ୍ୟ ୮ ବର୍ଷରୁ ଉର୍ଦ୍ଧ ହେଲା କୁମ୍ଭାରୀ ପଞ୍ଚାୟତକୁ ଜାବୁଡି ଧରିଥିବା ସହ ତାଲବାହାଲ ଓ ଡୁଙ୍ଗୁରିପାଲି ମଧ୍ୟ ଦାୟିତ୍ୱରେ ଅଛନ୍ତି l ତାଲବାହାଲ ପଞ୍ଚାୟତରେ ଅନେକ ବାଦ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ପ୍ରଶାସନ ତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି l ସେ ମୂଳ ପଞ୍ଚାୟତ ସହ ୩ ଗୋଟି ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି l ଏପରିକି ପଞ୍ଚାୟତଗୁଡିକରେ ଅନେକ ସମସ୍ୟା ଦେଖାଦେବା ସହ ହିତାଧିକାରୀମାନେ ପିଇଓଙ୍କୁ ଠିକ ସମୟରେ ଭେଟି ପାରୁନାହାଁନ୍ତି l ଯାହାଫଳରେ ହିତାଧିକାରୀ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି l ସେହିପରି ଝିଙ୍କିଡୁଙ୍ଗୁରି ପିଇଓ ଓ ଧରବଗଡ଼ ପିଇଓ ମଧ୍ୟ ୬ ବର୍ଷରୁ ଉର୍ଦ୍ଧ ଲେଖାଏଁ ଗୋଟିଏ ପଞ୍ଚାୟତ ରହି ସାରିଥିବା ବେଳେ ତାଙ୍କୁ ମୂଳ ପଞ୍ଚାୟତରୁ ବଦଳି କରା ନ ଯାଇ ଅତିରିକ୍ତ ପଞ୍ଚାୟତଗୁଡ଼ିକୁ ବଦଳି କରି ଏକ ପ୍ରହସନ ହୋଇଥିବା ସାଧାରଣରେ ଆଲୋଚନା ହେଉଛି l ଯାହାକୁ ନେଇ ବିଭିନ୍ନ ପଞ୍ଚାୟତଗୁଡିକରେ ହିତାଧିକାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଥିବା ଦେଖାଦେଇଛି l ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ସରକାରଙ୍କ ନିୟମ ମୁତାବକ ପ୍ରତି ୩ ବର୍ଷରେ କର୍ମଚାରୀମାନଙ୍କୁ ବଦଳି କରାଗଲେ ଜନସାଧାରଣ ସରକାରଙ୍କ ସେବା ସଠିକ ରୂପରେ ପାଇ ପାରିବେ ବୋଲି ଆଲୋଚନା ହେଉଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.