ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ରାଜପଥ ରାସ୍ତାର ଉନ୍ନତିକରଣ ତଥା ରକ୍ଷାଣ ବେକ୍ଷଣ ପାଇଁ କୋଟି କୋଟି ଅର୍ଥ ବିନିଯୋଗ କରି ସଫଳ ରୂପାୟନ କରିବା ପାଇଁ ପ୍ରୟାସ ଜାରୀ ରଖିଥିବା ବେଳେ ତାହା ଫେଲ ମାରିଛି l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ସହର ପାଖରେ l ପ୍ରକାଶ ଯେ, ଏହି ରାସ୍ତା ଦେଇ ୨୬ ନମ୍ବର ଜାତୀୟ ରାଜପଥ ବରଗଡ – ବରିଗୁମ୍ବା ରାସ୍ତାଯାଇ ଥିବାବେଳେ ଏକ ବିରାଟ ଗାତ ସୃଷ୍ଟି ହୋଇଥିବାରୁ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସଇଁତଲା ସହରର ସ୍ୱାଧୀନ ପଡା ନିକଟସ୍ଥ ପୋଲ ଠାରେ ଏକ ବିରାଟକାୟ ଗାତ ସୃଷ୍ଟି ହୋଇଅଛି l ଯାହାଫଳରେ ରାସ୍ତା ଦେଇ ଯାଉଥିବା ବସ, ଟ୍ରକ, ବାଇକ ସମେତ ଶହଶହ ଯାନଗୁଡ଼ିକ ଗାତରେ ପଡି ଦୁର୍ଘଟଣା ଶିକାର ହେଉଥିବା ଅଭିଯୋଗ ହେଉଛି l ଏପରିକି ଗାତରେ ଗାଡି ପଡି ଯିବାରୁ ବଡ଼ ଶବ୍ଦ ହେଉଥିବାରୁ ରାତ୍ରି ସମୟରେ ଲୋକେ ଭୟଭିତ ହେଉଛନ୍ତି l ଏ ନେଇ ଏନଏଚ ଦାୟିତ୍ୱରେ ଥିବା ଏସଡ଼ିଓ କୈଳାଶ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ଦେଖି ସାରିଛି ହେଲେ ବର୍ଷା ଯୋଗୁଁ କାର୍ଯ୍ୟ ହେଉ ନାହିଁ l ବର୍ଷାରେ ପିଚୁ କାମ ହେଲେ ଉଠିଯିବ ବୋଲି ପ୍ରକାଶ କରିଥିଲେ l ତେଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଗାତ ମରାମତି କରିବା ପାଇଁ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ କୃଷ୍ଣ ଚନ୍ଦ୍ର ଗହୀର ଦାବୀ କରିଛନ୍ତି l