ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ନିଆରା ପ୍ରୟାସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଜି ଅର୍ଥାତ୍ ଅଗଷ୍ଟ ୨୩ ବୁଧବାର ଭାରତ ପାଇଁ ଏକ ଐତିହାସିକ ଦିନ। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି ଚନ୍ଦ୍ରଯାନ-୩। ଏହା ପୂର୍ବରୁ ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ନେଇ ସାରା ଦେଶ ଉତ୍କଣ୍ଠାର ସହ ଚାହିଁବସିଥିବା ବେଳେ ମ.ରାମପୁରର କୁନିକୁନି ଛାତ୍ରଛାତ୍ରୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି l ଆଜି ସନ୍ଧ୍ୟା ଳରେ ଚନ୍ଦ୍ରଯାନ-୩ କେମିତି ଠିକ ଭାବରେ ଅବତରଣ କରିବ ସେଇଥିପାଇଁ ମ.ରାମପୁର ଶିଶୁମନ୍ଦିରର ଛାତ୍ର ଛାତ୍ରୀ ଶାଳିନୀ ସାହୁ, ଅନୁପ୍ରଭା ସାହୁ, ଅଭିଜ୍ଞା ସାହୁ, ଆରାଧ୍ୟ ସାହୁ, ଦିବ୍ୟଙ୍କା ପାତ୍ର, ଆରତୀ ସାହୁ ଓ ଓଡ଼ଶା ଆଦର୍ଶ ବିଦ୍ୟାଳୟର ଆଶୁତୋଷ ସାହୁ, ଆୟୁଷ୍ମାନ ସାହୁ, ଓ ଇପ୍ସିତା ସାହୁ, ଅନୁଜ ସାହୁ, ଗୌତମ ମିତ୍ତଳ, ମାରବାଡ଼ି ମହିଳା ମୋର୍ଚ୍ଚା ଳର ସଭନେତ୍ରୀ, ଉତ୍କଳ ମଧୂବୈଶ୍ୟ ସମାଜର ସାଧାରଣ ସମ୍ପାଦକ ତଥା ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ  ପ୍ରକାଶ ଚନ୍ଦ୍ର ସାହୁ, ମୂର୍ତ୍ତିଶିଳ୍ପୀ କେଦାରନାଥ ମହାରଣାଙ୍କ ସମେତ ଜନସାଧାରଣ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଦୀପ, ପୂଜାପାଠ ସହ ସାମୁହିକ ପ୍ରାର୍ଥନା କରିଥିଲେ l ତେବେ ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠର ଦକ୍ଷୀଣ ମେରୁରେ ସଫଳତାର ସହ ଅବତରଣ କରାଇ ପାରି ଥିବାରୁ ଇସ୍ରୋକୁ ସମସ୍ତେ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.