ରାୟଗଡ ଜିଲ୍ଲାରେ ୪ଟି ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଭର୍ଚୁଆଲ ମୋଡରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବା ନିମନ୍ତେ ଜିଲ୍ଲାର ଚାରିଟି ବ୍ଲକରେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡରେ ଆଜି ଶିଳାନ୍ୟାସ କରିଛନ୍ତି l ଜିଲ୍ଲାର କାଶୀପୁର, ଗୁଣପୁର, ଵିଷମକଟକ ଓ ରାମନାଗୁଡ଼ା ବସ ଷ୍ଟାଣ୍ଡକୁ ଅତ୍ୟାଧୁନିକରଣ କରାଯିବ l ଶିଳାନ୍ୟାସ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ କହିଲେ ଆଜି ଗମନାଗମନ କ୍ଷେତ୍ର ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି l ଆମ ବସଷ୍ଟାଣ୍ଡ ଯୋଜନାରେ ବିଭିନ ଜିଲ୍ଲାରେ ନୂତନ ବସ ଷ୍ଟାଣ୍ଡ ଉଦଘାଟନ କରାଗଲା ଓ ନୂତନ ବସଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କରାଗଲା l ଏହାଦ୍ୱାରା ଗମନାଗମନରେ ସମସ୍ତଙ୍କ ପାଇଁ ବିଶେଷ ସୁବିଧା ଯୋଗାଇ ଦିଆଯିବ ଓ ଲୋକେ ଉପକୃତ ହେବ l ରାଜ୍ୟର ଆର୍ଥିକ ଉନ୍ନତି କ୍ଷେତ୍ରରେ ସହାୟକ ହେବ ମୋ ପରିବହନ ସେବା | ସୁବାହକ ଯୋଜନାରେ ବର୍ଷକୁ ପଚାଶ ହଜାର ଡ୍ରାଇଭରଙ୍କୁ ଟ୍ରେନିଂ ଦିଆଯିବ ବୋଲି କହିଥିଲେ l ଆଜି ଭରଚୁଆଲ ମୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ଓ ଆଇନ ବିଭାଗ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝୀ, , ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଧାୟକ ଗୁଣପୁର ରଘୁନାଥ ଗମାଙ୍ଗ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର ଦାଶ, ଅଧ୍ୟକ୍ଷା ଜିଲ୍ଲା ପରିଷଦ ସୁଶ୍ରୀ ସରସ୍ବତୀ ମାଝୀ , ଜିଲ୍ଲାପାଳ ଶ୍ରୀମତି ସ୍ୱଧାଦେବ ସିଂ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରାଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କହଁର, କାଶୀପୁର ବ୍ଲକ ଅଧକ୍ଷ୍ୟ କଣ୍ଠ ମାଝୀ, ଗୁଣୁପୁର ବ୍ଲକ ଅଧକ୍ଷା ଶ୍ରୀମତି ଝିଲି ଶବର, ଵିଷମ କଟକ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଯୋସଦା ହୁଇକା, ଆଂଚଳିକ ପରିବହନ ଅଧିକାରୀ ରାୟଗଡା ଶିବ ଶଙ୍କର ଚୌଧୁରୀ, ଓଡିଶା ପରିବହନ ନିଗମର ରାୟଗଡା ଜିଲ୍ଲା ଶାଖା ଡିପୋ ପରିଚାଳକ ସଂଗ୍ରାମ ଜେନା ପ୍ରମୁଖ ଯୋଗଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.