ଓଲମା ଗାଁରେ ସଶସ୍ତ୍ର ଡକାୟତି ଘଟଣା, ୪ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗତ ରବିବାର ବିଲମ୍ବିତ ରାତିରେ କୋକସରା ଥାନା ଓଲମା ଗାଁର ଧନଞ୍ଜୟ ସାହୁଙ୍କ ଘରେ ଡକାୟତ ଗ୍ୟାଙ୍ଗ ଲୁଟ କରି ଫେରାର ମାରିଥିବା ଘଟଣାରେ ବୁଧବାର କୋକସରା ପୁଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବଂ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣକୁ ଡ଼ାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିବା ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି। ପୁଲିସର ସୂଚନା ଅନୁସାରେ, ଗତ ରବିବାର ବିଲମ୍ବିତ ରାତିରେ ଓଲମା ଗାଁର ଧନଞ୍ଜୟ ସାହୁଙ୍କ ଘରର ମୁଖ୍ୟ ଗେଟ୍ ଦେଇ ୧୦ରୁ୧୨ ଜଣ ମୁଖାପିନ୍ଧା ଡକାୟତ ଘର ଭିତରକୁ ପସି ଯାଇଥିଲେ। ଏବଂ ସେମାନେ ଘର ଲୋକଙ୍କୁ ମାରପିଟ୍ କରି ଭୟଭୀତ କରାଇଥିଲେ। ଟଙ୍କା, ସୁନା ଗହଣା ଓ ଘରର ଆସବାବପତ୍ର ସହିତ ଟିଭି, ଲେପଟପ୍, କମ୍ପୁଟର ଆଦି ସାମଗ୍ରୀ କୁ ଭଙ୍ଗାରୁଜା କରି ଲୁଟ୍ କରି ଚମ୍ପଟ ମାରିଥିଲେ। ଏହାରି ଭିତରେ ପାଚେରୀ ଡେଇଁ ଫେରାର ହେଉଥିବା ଜଣେ ଡକାୟତର ଗୋଡ଼ ଭାଙ୍ଗି ଯିବାରୁ କାବୁ କରି ପୁଲିସ କୁ ଯିମା ଦେଇଥିଲେ। ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାରଙ୍କ ନେତୃତ୍ବରେ କୋକସରା, ଆମପାଣି ସମେତ ବିଭିନ୍ନ ଥାନାର ପୁଲିସ ଅଧିକାରୀ ମାନଙ୍କ ସହିତ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଦଳ ସାହାଯ୍ୟରେ ତଦନ୍ତ ଙ୍କୁ ଯୋରଦାର କରାଯାଇଥିଲା। ଘଟଣା ଦିନ ହିଁ ଜଣେ ଡକାୟତକୁ ଆମପାଣି ଥାନା କାଉଡୋଲା ନିକଟରୁ କାବୁ କରି ବିଭିନ୍ନ ସ୍ଥାନରେ ପୁଲିସ କଡ଼ାକଡ଼ି ତଦନ୍ତ ଆରମ୍ଭ କରିଦେଇଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ଜଣକୁ ପୁଲିସ ଧରିଥିବାବେଳେ ପାଚେରୀ ଡେଇଁ ଫେରାର ବେଳେ ଗୋଡ ଭାଙ୍ଗି ଗୁରୁତର ହୋଇଥିବା ସମ୍ପୃକ୍ତ ଯୁବକଙ୍କ ବୁର୍ଲା ମୋଡିକାଲ ନେବା ସମୟରେ ରାସ୍ତାରେ ତା’ର ମୃତ୍ୟୁ ହୋଇଥିବା ଓ ଗିରଫ ୪ ଜଣକୁ ବୁଧବାର ଡାକରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି। ଡକାୟତ ମାନଙ୍କ ଠାରୁ ଗୋଟିଏ ସ୍କୁଟି, ଖେଲଣା ବନ୍ଧୁକ, ଲୁହା ରଡ଼, ଅନ୍ୟାନ୍ୟ ଡକାୟତିରେ ବ୍ୟବହୃତ ସାମଗ୍ରୀ ସହିତ ଗୋଟିଏ ମଙ୍ଗଳସୂତ୍ର ଓ କାନଫୁଲ ଜବତ୍ କରାଯାଇଛି। କୋକସରା ଥାନାରେ ଏକ ମାମଲା ଦାୟର ହୋଇଛି, ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଡାକ୍ତରଖାନା ନେବା ସମୟରେ ମୃତ୍ୟୁ ହୋଇଛି। ତାର ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ହେଉଛି ଓ ମୃତ୍ୟୁର କାରଣ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି। ଘଟଣାର ତଦନ୍ତ ଜାରି ରଖିଛି ବୋଲି ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର କୋକସରା ଥାନାରେ ଏକ ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.