ନର୍ଲା ଯୋଗାଣ ସହାୟକ ସଂଘର ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ଯୋଗାଣ ସହାୟକ ସଂଘର ନିଷ୍ପତ୍ତି ଓ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ନର୍ଲା ଯୋଗାଣ ସହାୟକ ସଂଘ ତରଫରୁ ମୁଖ୍ୟ ଶାସନ ସାଚୀବଙ୍କୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ୬ ଦଫାର ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ସଂଘର ସଭାପତି ପଦ୍ମନାଭ ନାୟକଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ଚୈତନ୍ୟ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଟଂକଧର ସା, ବରିଷ୍ଠ ସଦସ୍ୟ ପଦ୍ମ ନାଏକ, ସୁକେଶ ଭୋଇ, ଭୋଳା ରଣା, ପ୍ରମୋଦ ଶର୍ମା, ବାସବ ମହାନନ୍ଦ, ଜିତେନ୍ଦ୍ର ସେନାପତିଙ୍କ ସମେତ ୨୫ ଜଣ ସଦସ୍ୟ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କୁ ସେମାନଙ୍କ ୬ ଦଫାର ଦାବୀପତ୍ର ପ୍ରଦାନ କରିଛନ୍ତି। ପ୍ରତି ଗ୍ରାମ ପଂଚାୟତରେ ଜଣେ ଲେଖାଏଁ ଯୋଗାଣ ସହାୟକ ନିଯୁକ୍ତି ପାଇଛନ୍ତି। ଏହି କ୍ରମରେ ୨୦୧୩ ମସିହାରେ ଓଡ଼ିଶାରେ ୪୨୨୫ ଜଣ ଯୋଗାଣ ସହାୟକ ନିଯୁକ୍ତି ପାଇଥିଲେ। ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏଥିପାଇଁ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ପ୍ରଥମେ ଚୁକ୍ତିଭିତ୍ତିକ ଶିକ୍ଷକ, ତାପରେ ଗ୍ରାମ୍ୟ କୃଷି କର୍ମଚାରୀ, ସହକାରୀ କୃଷି ଅଧିକାରୀ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ମାନେ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ କୁ ଓହ୍ଲାଇ ସାରିଥିବା ବେଳେ ଏବେ ଯୋଗାଣ ସହାୟକ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯୋଗାଣ ସହାୟକ ମାନଙ୍କ ଚାକିରୀ ସ୍ଥାୟୀତ୍ୱ ଓ ଦରମା ୨୫,୦୦୦ କୁ ବୃଦ୍ଧି କରାଯାଉ। ଯୋଗାଣ ସହାୟକ ମାନଙ୍କ ନାମରେ ପିଡ଼ିଏସ ଲାଇସେନ୍ସ ଦିଆଯାଉ। ଯୋଗାଣ ସହାୟକ ମାନଙ୍କୁ ପଞ୍ଚାୟତରାଜ ବିଭାଗରୁ ନିବୃତ କରାଯାଇ ଯୋଗାଣ ବିଭାଗରେ ସଂଲଗ୍ନ କରାଯାଉ। ଏଭଳି ୬ ଗୋଟି ଦାବୀ ନେଇ ମୁଖ୍ୟ ଶାସନ ସାଚୀବଙ୍କୁ ବିଡ଼ିଓଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରି ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ ନକଲେ ଖୁବ ଶୀଘ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.