ଆମ ଜଙ୍ଗଲ ଯୋଜନା ଉପଦେଷ୍ଟାଙ୍କ କଳାହାଣ୍ଡି ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆମ ଜଙ୍ଗଲ ଯୋଜନା ଉପଦେଷ୍ଟା ନାରାୟଣ ପଟ୍ଟନାୟକ ଓ ବଂଶୀଧର ସ୍ୱାଇଁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ କଳାହାଣ୍ଡି ଉତ୍ତର ବନଖଣ୍ଡରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଦେଖିବା ପାଇଁ ଆସିଥିଲେ। ପ୍ରଥମେ ଶ୍ରୀ ପଟ୍ଟନାୟକ ଭବାନୀପାଟଣା ବନାଞ୍ଚଳର କୁଟେନପଦର ବନ ସୁରକ୍ଷା ସମିତି ଓ ସିନାଙ୍ଗଭଟା ବନ ସୁରକ୍ଷା ସମିତି ପରିଦର୍ଶନ ପାଇଁ ଯାଇଥିଲେ। ତାଙ୍କ ସହିତ ଖଣ୍ଡିୟ ବନାଧିକାରୀ ତଥା ବନ୍ୟପ୍ରାଣୀ ତତ୍ଵାବଧାରକ ଉତ୍ତର ବନଖଣ୍ଡ ଅନୁରାଗ ମିଶ୍ର, ସହକାରୀ ବନ ସଂରକ୍ଷକ ପ୍ରଭୁଦତ୍ତ ହିମାଂଶୁ ମିଶ୍ର, ଭବାନୀପାଟଣା ବନାଞ୍ଚଳ ଅଧିକାରୀ ପଦ୍ମନାଭ କୁମ୍ଭାର, ଆମ ଜଙ୍ଗଲ ଯୋଜନା ଜିଲ୍ଲା ସଂଯୋଜକ ସୁଶ୍ରୀଶାନ୍ତ ତ୍ରିପାଠୀ, ବନପାଳ ଲୋକା ଚନ୍ଦ୍ର ପୋଡ଼, ଆଲୋକ ରଞ୍ଜନ କର, ତପନ କୁମାର ବେହେରା, ବନରକ୍ଷୀ ମୀନା ନାଏକ ଓ ବିଷ୍ଣୁ ଚରଣ ପାଢ଼ୀ, ସହଯୋଗୀ ସଂସ୍ଥା ଗ୍ରାମ୍ୟ ବିକାଶ ସଂଗଠନର ମୁଖ୍ୟ ଈଶ୍ୱର ସାବତ ଓ ସଂଗଠନର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। କୁଟେନପଦର ବନ ସୁରକ୍ଷା ସମିତିର ୫୧ଟି ପରିବାର ମଧରୁ ୪୫ଟି ପରିବାର ଆମ ଜଙ୍ଗଲ ଯୋଜନାର ସଂଯୋଗୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ପାଳ ଛତୁ ଚାଷ କରୁଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ ଏବଂ ଛତୁ ଚାଷ ପରେ ଫିଙ୍ଗା ଯାଉଥିବା ପାଳ ନଡାକୁ ବ୍ୟବହାର କରି ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ। କୁଟେନପଦର ବନ ସୁରକ୍ଷା ସମିତି ପାଳ ଛତୁ ଚାଷ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି କହିଥିଲେ। ସେହିପରି ଶ୍ରୀ ପଟ୍ଟନାୟକ ସିନାଙ୍ଗଭଟା ବନ ସୁରକ୍ଷା ସମିତି ଦ୍ୱାର ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ଭାବେ ନିର୍ମିତ ବନ ସୁରକ୍ଷା ସମିତି ସଭାଗୃହ ତଥା କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ବନ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ସାଂକୃତିକ କାର୍ଯ୍ୟକ୍ରମ “ଘୁମୁରା” ଓ ପ୍ରତିଭା କଳାକାରମାନଙ୍କ ଦ୍ୱାରା ପରିବେଷିତ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଉପରେ ନୃତ୍ୟ ଓ ଅଭିନୟ ଉପଭୋଗ କରିଥିଲେ। ଆମ ଜଙ୍ଗଲ ଯୋଜନାର ସଂଯୋଗୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମର ଚାରିଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଛେଳି ପାଳନ, ଦୁଇଗୋଟି ଗୋଷ୍ଠୀଙ୍କ ଦ୍ୱାରା ମାଛ ଚାଷ, ଗୋଟିଏ ଗୋଷ୍ଠୀ ଦ୍ୱାରା ଗ୍ରାମ୍ୟ ବିହନ ଭଣ୍ଡାର ଓ ଉନ୍ନତ ମାନର କୁକୁଡ଼ା ପାଳନ କରୁଥିବା ସମ୍ପର୍କରେ ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରାଯାଇଥିଲା। ଉକ୍ତ ବିଷୟ ଗୁଡିକ ବୁଝିବା ପରେ ସିନାଙ୍ଗଭଟା ବନ ସୁରକ୍ଷା ସମିତିର କାର୍ଯ୍ୟକଳାପ ଗୁଡିକୁ ଭୁୟସୀ ପ୍ରଶଂସା କରିବା ସହ ଆଗକୁ କିପରି ଆହୁରି ଉନ୍ନତି କରିପାରିବେ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ସହ ଜଡିତ ହୋଇ ଲାଭବାନ ହୋଇପାରିବେ, ସେ ଦିଗରେ ପରାମର୍ଶ ଦେଇଥିଲେ। ପରିଶେଷରେ ସ୍ବେଚ୍ଛାସେବୀ ସଂଗଠନର ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.