ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଫାଇନାଲକୁ ଉନ୍ନୀତ ହେଲେ ନୀରଜ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଚଳିତ ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରି ସେ ଏହି ସଫଳତା ହାସଲ କରିଛି । ନୀରଜ ତାଙ୍କର ପ୍ରଥମ ଉଦ୍ୟମରେ ୮୮.୭୭ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ହଙ୍ଗେରୀର ବୁଡାପେଷ୍ଟରେ ଏହି ଚାମ୍ପିୟନଶିପ ପାଇଁ କ୍ୱାଲିଫାଇଂ ରାଉଣ୍ଡ ଆୟୋଜିତ ହୋଇଥିଲା । ୨୭ଜଣ ଜାଲେଲିନ ଥ୍ରୋୟରଙ୍କୁ ୨ଟି ଗ୍ରୁପ ଏ ଓ ବିରେ ଭାଗ କରାଯାଇଥିଲା । ଏଥିରୁ ୧୨ ଜଣ ଫାଇନାଲକୁ ଉନ୍ନୀତ ହେବେ ।

ରବିବାର ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ । କ୍ୱାଲିଫାଇଂ ପାଇଁ ୮୩.୦୦ ମିଟର ମାର୍କ ରଖା ଯାଇଥିଲା । ୧୮ତମ ଆଥଲେଟ ଭାବେ ନୀରଜ କ୍ୱାଲିଫାଇ କରିଥିଲେ । ଏହି ଚାମ୍ପିୟନଶିପରେ ନୀରଜ ଶୀର୍ଷ ମାନ୍ୟତା ପ୍ରାପ୍ତ ଆଥଲେଟ ଭାବେ ଅଂଶଗ୍ରହଣ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.