ଓଡ଼ିଆ ବାର୍ତ୍ତା, କୋକସରା (ହିରଣ୍ୟ ବେହେରା): ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପାୱାର ସଚୀନ ଶୁକ୍ରବାର କୋକସରା ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ତଦାରଖ କରିଛନ୍ତି। ସେ ପ୍ରଥମେ କୋକସରା ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ‘୫-ଟି’ ରେ ଅନ୍ତର୍ଭୁକ୍ତ ହୋଇଥିବା କୋକସରା କଲେଜ, ଲଡୁଗାଁ କଲେଜ, ମାରୱାଡ଼ି ଯୁବା ଭବନ, ବାଉରୀ ମା’ ମନ୍ଦିର, କୁମୁଡ଼ାମୁଣ୍ଡା ଧବଳେଶ୍ଵର ମନ୍ଦିର, ଡେଙ୍ଗାଗୁଡା ସ୍କୁଲ କାର୍ଯ୍ୟର ତଦାରଖ କରିବା ସହିତ ଡୁଡୁକାଠେଙ୍ଗା ‘୫-ଟି’ ସ୍କୁଲର ନୂତନ ଜାଗାକୁ ପରିଦର୍ଶନ କରି ବିଶେଷ ଆଲୋଚନା କରିଥିଲେ। ତାଙ୍କ ସହିତ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଅଜୟ ସେନାପତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
