ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରକ୍, କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର

ଓଡ଼ିଆ ବାର୍ତ୍ତା/ କୋକସରା, (ହିରଣ୍ୟ ବେହେରା): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଳକ ଆମପାଣି ଥାନା ମହାଜନଗୁଡା ସିଉନୀ ରାସ୍ତାରେ ଜଣେ ବୃଦ୍ଧଙ୍କୁ ପଛପଟୁ ଏକ ତାର ବୋଝେଇ ଟ୍ରକ ଧକ୍କା ଦେଇଛି। ଫଳରେ ବୃଦ୍ଧ ଜଣକ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ସିଉନୀ ଗ୍ରାମର କେଦାର ବେହେରା(୬୦) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଶୁକ୍ରବାର ସକାଳୁ ବୃଦ୍ଧ କୋଦାର ବେହେରା ପ୍ରାତଃ ଭ୍ରମଣ ପାଇଁ ନିଜ ଗାଁ ଠାରୁ ମହାଜନଗୁଡା ୨୬ ନମ୍ବର ଜାତୀୟ ରାଜପଥରେ ଆସିଥିଲେ। ମହାଜନଗୁଡା ଠାରୁ ଘରକୁ ଫେରୁଥିବା ବାଟରେ ଭବାନୀପାଟଣାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ତାର ବୋଝେଇ ଟ୍ରକ ତାଙ୍କୁୁ ପଛପଟୁ ଧକ୍କା ଦେଇଥିଲା। ଫଲରେ ଛିଟିକି ପଡ଼ି ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରୁଥିଲା। ସେଠାରୁ ଚିକିତ୍ସା ପରେ ଅନ୍ୟତ୍ର ଚିକିତ୍ସା ପାଇଁ ନେବାକୁ ବର୍ତ୍ତମାନ ତାଙ୍କୁ ଘରକୁ ଅଣା ଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ଆମପାଣି ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଚାଲାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.