ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରେ ଏବେ ଜଳଖିଆ ବ୍ୟବସ୍ଥା କଲେ ସରକାର

ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଣିକି ମାଗଣାରେ ଜଳଖିଆ ପାଇବେ।ଏହି ଯୋଜନା ମାଗଣା ମଧ୍ୟାହ୍ନ ଭୋଜନ ଯୋଜନାର ସଂପ୍ରସାରଣ। ଶୁକ୍ରବାର ଦିନ ରାଜ୍ୟରେ ମାଗଣା ଜଳଖିଆ ଯୋଜନାର ଶୁଭାରମ୍ଭ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଏକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦେଇ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଜଳଖିଆ ଯୋଜନା ଆମ ପିଲାମାନଙ୍କ ଭବିଷ୍ୟତରେ ଏକ ନିବେଶ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀଙ୍କ ମନ ଓ ଜ୍ଞାନ ବୃଦ୍ଧିକୁ ସୁନିଶ୍ଚିତ କରିବା ଦିଗରେ ଏହା ରାଜ୍ୟକୁ ଲାଭ ଦେବ ବୋଲି ସେ କହିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଦ୍ୱାରା ତାମିଲନାଡୁର ୩୧ ହଜାରରୁ ଅଧିକ ବିଦ୍ୟାଳୟରେ ନାମ ଲେଖାଇଥିବା ୧୭ ଲକ୍ଷ ପିଲା ଉପକୃତ ହେବେ। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୪୦୪ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ପ୍ରତିନିଧିମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିବାକୁ କହିଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୧ ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀଙ୍କୁ ମାଗଣା ଜଳଖିଆ ଯୋଗାଇବା ପାଇଲଟ୍ କାର୍ଯ୍ୟକ୍ରମ ପରେ ରାଜ୍ୟରେ ସ୍କୁଲ୍ ଉପସ୍ଥାନ ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ପରେ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି। ସ୍କୁଲ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ଯୋଜନାର ଏହା ହେଉଛି ସଦ୍ୟତମ ପଦକ୍ଷେପ। ୧୯୨୧ ମସିହାରେ ଜଷ୍ଟିସ୍ ପାର୍ଟି ଚେନ୍ନାଇରେ ମଧ୍ୟାହ୍ନ ଭୋଜନ ଯୋଜନା ପ୍ରଚଳନ କରିଥିଲା, ଯାହା ସେତେବେଳେ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା। ସେବେଠାରୁ କାମରାଜ, କରୁଣାନିଧି, ଏମଜିଆର, ଜୟଲଳିତାଙ୍କ ସମେତ ନେତା ଓ ମୁଖ୍ୟମନ୍ତ୍ରୀମାନେ ଏଭଳି ମାଗଣା ଖାଦ୍ୟ ଯୋଜନାର ସମ୍ପ୍ରସାରଣରେ ସହଯୋଗ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.