ଭାରତର ମୁନ୍ ୱାକ୍

ଚନ୍ଦ୍ରର ଦକ୍ଷିଣମେରୁରେ ପାଦଥାପି ଭାରତ ବିଶ୍ୱର ପ୍ରଥମ ଦେଶ ବନିଯାଇଛି। ଏହି ସଫଳତା ପରେ ଏବେ ସବୁ ଶ୍ରେୟ ଇସ୍ରୋର ବୈଜ୍ଞାନିକଙ୍କୁ ଦେଉଛନ୍ତି ଭାରତୀୟ। ଚନ୍ଦ୍ରପୃଷ୍ଠରେ ଅବତରଣ କରିସାରିଛି ଲ୍ୟାଣ୍ଡର ବିକ୍ରମ। ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଲ୍ୟାଣ୍ଡର ବିକ୍ରମ ପଠାଇଥିବା ଫଟୋ ଏବେ ବେଶ ଭାଇରାଲ ହେଉଛି। ଯେଉଁଥିରେ ଅତି ନିକଟରୁ ଚନ୍ଦ୍ର ପୃଷ୍ଠ ଦେଖାଯାଉଥିବା ବେଳେ ଲ୍ୟାଣ୍ଡରର ଗୋଟିଏ ଗୋଡର ଛାଇ ମଧ୍ୟ ଦୃଶ୍ୟମାନ ହେଉଛି। ରୋଭର ଅବତରଣ କରିବା ବେଳେ ଚନ୍ଦ୍ରପୃଷ୍ଠରେ ଉଡିଥିବା ଧୂଳି କଣାକୁ ପୁଣିଥରେ ପୂର୍ବାବସ୍ଥାକୁ ଫେରିବାକୁ ଅପେକ୍ଷା କରାଯାଇଥିଲା। ଏବଂ ଏହି ପ୍ରକ୍ରିୟା ପରେ ଲ୍ୟାଣ୍ଡର ବିକ୍ରମ ଭିତରୁ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠକୁ ବାହାରିଥିବା

ଇସ୍ରୋ ସୂଚନା ଦେଇଛି। ଚନ୍ଦ୍ରର ଦକ୍ଷିଣମେରୁରେ ଲ୍ୟାଣ୍ଡର ବିକ୍ରମର ସଫଳ ଅବତରଣ ପରେ ଛଅ ଚକବିଶିଷ୍ଟ ‘ପ୍ରଜ୍ଞାନ’ ଏଥିରୁ ବାହାରି ଚନ୍ଦ୍ରରେ ଗଡ଼ିବା ସହିତ ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଇସ୍ରୋ ପକ୍ଷରୁ ଏକ୍ସ (ଟ୍ବିଟର‌)ରେ କୁହାଯାଇଛି, ଚନ୍ଦ୍ରଯାନ-୩ର ରୋଭର ଲ୍ୟାଣ୍ଡରରୁ ବାହାରିଛି ଏବଂ ଚନ୍ଦ୍ରରେ ଭାରତ ପ୍ରଥମ ପଦଚାରଣ କରିବାରେ ସଫଳ ହୋଇଛି।’ ମିସନ ସମ୍ବନ୍ଧରେ ଆଗକୁ ନିୟମିତ ଅପ୍‌ଡେଟ୍ ଦିଆଯିବ ବୋଲି ଇସ୍ରୋ କହିଛି। ରୋଭର ହେଉଛି ଏକ ମାଇକ୍ରୋୱେଭ୍ ଓଭେନ୍‌ ଆକାରର ଯନ୍ତ୍ର। ଏହାକୁ ଚନ୍ଦ୍ରପୃଷ୍ଠରେ ୫୦୦ ମିଟର (୧,୬୪୦ ଫୁଟ୍‌) ପର୍ଯ୍ୟନ୍ତ ଚାଲିବା ପାଇଁ ଡିଜାଇନ କରାଯାଇଛି। ଏହା ଚନ୍ଦ୍ରର ଭୂତତ୍ତ୍ବ, ଖଣିଜତତ୍ତ୍ବ ଓ ବାୟୁମଣ୍ଡଳ ଉପରେ ପରୀକ୍ଷାନିରୀକ୍ଷା କରିବ। ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ। ଏହି ସମୟ ମଧ୍ୟରେ ଚନ୍ଦ୍ରର ଦକ୍ଷିଣମେରୁ ସଂପର୍କରେ ଏହା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବସ୍ଥାପିତ ହେବାରେ ‘ପ୍ରଜ୍ଞାନ’ ହେଉଛି ଏ ଧରଣର ପ୍ରଥମ ରୋଭର। ଏଥିରେ କ୍ୟାମେରା, ସ୍ପେକ୍ଟ୍ରୋମିଟର ଓ ମ୍ୟାଗ୍ନେଟୋମିଟର ଆଦି ଅନେକ ଯନ୍ତ୍ର ଖଞ୍ଜାଯାଇଛି। ଏହା ଚନ୍ଦ୍ରପୃଷ୍ଠରେ ଚନ୍ଦ୍ର ମୃତ୍ତିକାର ଗଠନ, ଖଣିଜତତ୍ତ୍ବ ଓ ଇତିହାସ ଆଦି ଉପରେ ଗବେଷଣା କରିବ।

ପ୍ରଜ୍ଞାନ ଏବେ ୧୪ଦିନ ପର୍ଯ୍ୟନ୍ତ ଜହ୍ନରେ ରହି ଅଧ୍ୟୟନ କରିବ ଓ ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡର ବିକ୍ରମକୁ ପଠାଇବ। ଯାହା ଇସ୍ରୋର ବୈଜ୍ଞାନିକଙ୍କ ନିକଟରେ ପହଂଚିବ। ବଡ କଥା ହେଉଛି ଏହି ସମୟରେ ଉଭୟ ପ୍ରଜ୍ଞାନ ଏବଂ ରୋଭର ପରସ୍ପର ଉପରେ ରଖିବେ ନଜର। କିନ୍ତୁ ଉଭୟ ପ୍ରଜ୍ଞାନ ଏବଂ ରୋଭର ଚନ୍ଦ୍ରରେ ଗୋଟିଏ ଦିନ ପାଇଁ କାମ କରିବେ। ଯାହା ଆମ ପଇଁ ୧୪ ଦିନ ସହ ସମାନ। ଏହାର କାରଣ ଚନ୍ଦ୍ରମାର କେବଳ ଗୋଟିଏ ଭାଗ ହିଁ ପୃଥିବୀକୁ ଦେଖାଯାଇଥାଏ। ଏହାଦ୍ୱାରା ଚନ୍ଦ୍ରରେ ସୂର୍ଯ୍ୟ ଉଦୟରୁ ଅସ୍ତ ହେବା ଭିତରେ ପୃଥିବୀରେ ୧୪ ଦିନ ପଳେଇଥାଏ। ଚନ୍ଦ୍ରରେ ସୂର୍ଯ୍ୟୋଦୟ ହେବା ପରେ ସେଠାରେ ବିକ୍ରମ ଅବତରଣ କରିଛି। ଲ୍ୟାଣ୍ଡରରେ ଖଂଜାଯାଇଥିବା ସୋଲାର ପ୍ୟାନେଲ ସୂର୍ଯ୍ୟ କରିଣରୁ ଶକ୍ତି ନେଇ କାମ କରିବ। ଏଥିରେ ୨୬ କେଜି ବିଶିଷ୍ଟ ରୋଭର ପ୍ରଜ୍ଞାନରେ ୨ଟି ଯନ୍ତ୍ରାଂଶ ରହିଛି। ସେମଧ୍ୟରୁ ଆଲଫା ପାର୍ଟିକିଲ ଏକ୍ସରେ ସ୍ପେକ୍ଟୋମିଟର ଖଣିଜ ପଦାର୍ଥ ଉପରେ ଅଧ୍ୟୟନ କରିବ ଓ ସେହିପରି ଲେଜର ଇନଡ୍ୟିଜ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ ମାଟି ଉପରେ ତଥ୍ୟ ସଂଗ୍ରହ କରିବ।

କେବଳ ଗୋଟିଏ ଚନ୍ଦ୍ର ଦିବସ ପାଇଁ ବିକ୍ରମ ଓ ପ୍ରଜ୍ଞାନ ତଥ୍ୟ ସଂଗ୍ରହ କରିବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ଏହାଯେ ପରବର୍ତୀ ପଯ୍ୟାୟରେ କାମକରିପାରେ ବୋଲି ଆଶା କରାଯାଉଛି। ତେବେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) କ’ଣ ପାଇଁ ଦକ୍ଷିଣ ମେରୁ ବାଛିଲା ସେ ନେଇ ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ ସ୍ପଷ୍ଟ କରିଛନ୍ତି। ଚନ୍ଦ୍ରୟାନ-୨ ମଧ୍ୟ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ଉଦ୍ୟମ କରି ବିଫଳ ହୋଇଥିଲା। ଚନ୍ଦ୍ରୟାନ-୩ର ଦକ୍ଷିଣ ମେରୁ ଅବତରଣ ସ୍ବତନ୍ତ୍ର ଥିଲା, କାରଣ ଏପର୍ଯ୍ୟନ୍ତ କେହି ଉକ୍ତ ପାର୍ଶ୍ୱରେ ସଫ୍ଟ ଲ୍ୟାଣ୍ଡିଂ କରିନାହାନ୍ତି। ଚନ୍ଦ୍ରରେ ପାଣି ଓ ବରଫ ହେଉଛି ଏହାର ସବୁଠୁ ମୂଲ୍ୟବାନ ସମ୍ବଳ। ଦକ୍ଷିଣ ମେରୁରେ ପ୍ରଚୁର ପାଣି ଓ ଖଣିଜ ପଦାର୍ଥର ସନ୍ଧାନ ମିଳିବା ନେଇ ଇସ୍ରୋ ଆଶାବାଦୀ ରହିଛି। ଏନେଇ ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ସୋମନାଥ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.