ଆଦିତ୍ୟ ଏଲ-୧ ପଠାଇବାର ତାରିଖ ଘୋଷଣା କଲା ଇସ୍ରୋ

ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: ଚନ୍ଦ୍ରଯାନ ୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏବେ ସୂର୍ଯ୍ୟକୁ ଯିବାର ପାଳି । ପୂର୍ବରୁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା ସେପ୍ଟେମ୍ବର ପ୍ରଥମ  ସପ୍ତାହରେ ସୂର୍ଯ୍ୟକୁ ପଠାଇବ ଆଦିତ୍ୟ ଏଲ-୧  । ଏବେ ଇସ୍ରୋ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ସେପ୍ଟେମ୍ବର ୨ରେ ଭାରତ ଆରମ୍ଭ କରିବ ତାର ସୂର୍ଯ୍ୟ ମିଶନ । ସୂର୍ଯ୍ୟ ଉପରେ ତଥ୍ୟ ସାଉଁଟିବା ପାଇଁ ପଠାଇବ ଆଦତ୍ୟ ଏଲ-୧ । ସୂର୍ଯ୍ୟଙ୍କ ବିଷୟରେ ଜାଣିବା ପାଇଁ ଏହା  ଭାରତର ସ୍ପେଶମିଶନ ହେବ । ଆଦିତ୍ୟ ଏଲ-୧ ମିଶନର ଲକ୍ଷ୍ୟ ଅର୍ବିଟର  ଚାରି ପାଖରୁ ସୂର୍ଯ୍ୟଙ୍କୁ ଅନୁଧ୍ୟାନ କରିବା । ଏହି ସ୍ପେଶ କ୍ରାପ୍ଟ ୭ଟି ପେଲୋଡ ନେଇ ଯିବ । ସେମନେ ଅଲଗା ଅଲଗା ୱେଭ ବ୍ୟାଣ୍ଡରେ ଫୋଟୋ ସ୍ପେୟର, କ୍ରୋମୋ ସ୍ପେୟର ଏବଂ ସୂ୍ର୍ଯ୍ୟର ସବୁଠାରୁ ବାହାର ସ୍ତର କରୋନାର ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରିବ । ଇସ୍ରୋର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆଦିତ୍ୟ ଏଲ-୧ ସମ୍ପୂର୍ଣ ସ୍ୱଦେଶୀ ମିଶନ ଅଟେ । ଏଥିରେ ରାଷ୍ଟ୍ରୀୟ ସଂସ୍ଥାନର ଭାଗିଦାରୀ ରହିଛି । ବେଙ୍ଗାଲୁରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଷ୍ଟ୍ରୋ ଫିଜିକ୍ସ (ଆଇଆଇଏ)ର ଗୁରୁତ୍ୱପୂ୍ର୍ଣ୍ଣ ଭୂମିକା ରହିଛି । ଏଥିସହିତ ପୁଣେର ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର ଏଷ୍ଟ୍ରୋନମି ଆଣ୍ଡ ଏଷ୍ଟ୍ରୋଫିଜିକ୍ସର ଭୂମିକା ରହିଛି । ଏହି ଦୁଇ ସଂସ୍ଥା ବିଭିନ୍ନ ପେଲୋଡ ବିକଶିତ କରିବାରେ ସାହାଯ୍ୟ କରିଛନ୍ତି । ଆଦିତ୍ୟ ଏଲ ୧ ଅଲ୍ଟ୍ରାଭାୟୋଲେଟ ପେଲୋଡକୁ ବ୍ୟବହାର କରି ସୂର୍ଯ୍ୟର ସବୁଠାରୁ ବାହ୍ୟ ଅଂଶ କରୋନା ଏବଂ ଏକ୍ସରେ ପେଲୋଡର ବ୍ୟବହାର କରି ସୋଲାର କ୍ରୋମୋସ୍ପେୟରର ସ୍ତରର ପର୍ଯ୍ୟବେକ୍ଷଣ କରିପାରିବ । ଯାହା ବି ହେଉ ଆଦିତ୍ୟ ଏଲ-୧ ସେପ୍ଟମ୍ବର ୨ରେ ତା ମିଶନରେ ବାହାରିବ । ସାଟେଲାଇଟକୁ ଦୁଇ ସପ୍ତାହ ପୂର୍ବରୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସ୍ପେଶ ସେଣ୍ଟରରେ ଲଗାଯାଇ ସାରିଲାଣି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.