ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ଅନ୍ତର୍ଗତ ଗିଗିନା ଗ୍ରାମ ପଞ୍ଚାୟତର ଟାପରାଙ୍ଗ ଗ୍ରାମର ଧରଣୀ ପୂଜା କମିଟିର ସଭାପତି ନନ୍ଦୁଲାଲ ଭୋଇଙ୍କ ଅଧ୍ୟକ୍ଷତାରେ ଗାଁରେ ନୂଆଖାଇ ପର୍ବ କିଭଳି ପାଳନ କରାଯିବ। ନାବାନ୍ନ ଭକ୍ଷଣ ର ଲଗ୍ନ କେତେବେଳେ ରହିବ । ଧରଣୀ ଦେବୀଙ୍କ ପୂଜା କିଭଳି କରାଯିବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରେ ଗଣେଶ ପୂଜା ଓ ପରଦିନ ୨୦।୯ ପଞ୍ଚମୀ ପଞ୍ଚମୀ ତିଥିରେ ରହିଥିବା ପବିତ୍ର ନୂଆଁଖାଇ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ସଭାପତି ନନ୍ଦୁଲାଲ୍ ଭୋଇ ସ୍ୱଗାତ ଭାଷଣ ପ୍ରଦାନ କରିବା ସହ ବୈଠକର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ସଂପାଦକ ନରେନ୍ଦ୍ର ସୁନା ବୈଠକ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବକ ତେଜୁ, ଗଣ, ଭୋଳା, ସାଗର, ହୃଷୀ, ସୁରେଶ, ଭୁଜ, ପିଣ୍ଟୁ, କିଶନ, ରଞ୍ଜିତ, ଲଳିତ, ବୈଦ୍ୟ, ପୁନମ, ପ୍ରମୋଦ(ଖଲି),ଶରତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିବା ସହିତ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପୂଜା କମିଟି ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବର ସହକାରେ ଗଣେଶ ପୂଜା ପାଳନ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଅନେକ ଆଲୋଚନା ପରେ ପଞ୍ଚମୀ ତିଥି ୨୦/୯ ରେ ପ୍ରଥମେ ଗାଁ ଧରଣୀ ଦେବୀଙ୍କ ଠାରେ ଖେଡ ସୁଆ କରି ପୂଜାପାଠ ପରେ ନବାନ୍ନ ଲାଗିହେବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା। ଶେଷରେ ବରିଷ୍ଠ ସଦସ୍ୟ ନରେନ୍ଦ୍ର ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।