ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ନକଟିଗୁଡା ଆମ୍ବେଦକର ଭବନ ଠାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଭବାନୀପାଟଣା ଟାଉନ କମିଟି ଗଠିତ ହୋଇଯାଇଛି। ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୃଥ୍ବୀରାଜ ଛତ୍ରିଆଙ୍କୁ ଟାଉନ ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ ସାଧାରଣ ସଂପାଦକ ଭାବେ ବିନୋଦବିହାରୀ ଦୁର୍ଗା, କାର୍ଯ୍ୟକାରୀ ସଭାପତି ଭାବେ ଅକ୍ଷୟ କୁମାର ନାଏକ, ଉପସଭାପତି ଭାବେ ଜୟନ୍ତ କୁମାର ନାଏକ, ଧନୁର୍ଯ୍ୟୟ ନାଏକ, ଉପଦେଷ୍ଟା ଭାବେ ବିନୋଦ ଜାଲ, ଯୁବବିଭାଗ ଟାଉନ୍ ସଭାପତି ସଞ୍ଜୟ ସୁନାନୀ, ଯୁବ ଉପସଭାପତି ଭାବେ ଆଲୋକ କୁମାର ନାଏକ ପ୍ରମୁଖଙ୍କୁ ମନୋନୀତ କରାଯାଇଛି।