ସିଏସପି ପ୍ଲସରେ ଅଗ୍ରାଧିକାର ଦାବୀକୁ ନେଇ ବିଡିଓଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସିଏସପି କେନ୍ଦ୍ର ପରିଚାଳକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବିରେ ସଇଁତଳା ସିଏସପି ସଂଘ ପକ୍ଷରୁ ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଦୀର୍ଘ ୧୦ ବର୍ଷ ହେଲା ଭାରତୀୟ ଷ୍ଟେଟ ଵ୍ୟାଙ୍କ ପକ୍ଷରୁ ସଇଁତଳା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଗ୍ରାହକ ସେବା କେନ୍ଦ୍ର ଖୋଲା ଯାଇ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସେବା ଯୋଗାଇ ଦିଆଯାଉଛି l ଏହି ଦାବି ଅନୁସାରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ଜନହୀତ କାର୍ଯ୍ୟପାଇଁ ଅର୍ଥରାଶିକୁ ସାଧାରଣ ଜନତାଙ୍କୁ ସି.ଏସ.ପି. ମାଧ୍ୟମରେ ସେବା ଦେଇ ଆସୁଅଛୁ l ଯଥା ସରକାରଙ୍କ ବିଭିନ୍ନ ଯୋଜନାରେ ଘର ଘର ବୁଲି ଖାତା ଖୋଲିବା, ମନରେଗା ଯୋଜନାରେ ଆସିଥିବା ଅର୍ଥ, ମମତା ଯୋଜନାରେ ଆସିଥିବା ଅର୍ଥ, ବାର୍ଦ୍ଧକ୍ୟ ଭତା ଯୋଜନାରେ ଆସିଥିବା ଅର୍ଥ କାଳିଆ ଏବଂ ପି.ଏମ. କିସାନ ଯୋଜନାରେ ଆସିଥୁବା ଅର୍ଥ, ବିଜୁ ପକ୍କା ଘର ଆସିଥ‌ିବା ଅର୍ଥ, COVID Women’s Benefit ଯୋଜନାରେ ଆସିଥିବା ଅର୍ଥ ସମସ୍ତ ସି.ଏସ.ପି. ସେଣ୍ଟର ମାଧ୍ୟମରେ ବଣ୍ଟନ ହେଉଛି । ଏହି ସମସ୍ତ ସୋସିଆଲ ସିକ୍ୟୁରିଟି ସ୍କିମ୍ ରେ ଗ୍ରାମାଞ୍ଚଳ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏସ୍.ଏଚ୍.ଜି. ଗୃପ୍ ମାନଙ୍କର ଋଣ ରାଶି ଜମା ଓ ପ୍ରଦାନ ସି.ଏସ୍.ପି. ମାଧ୍ୟମରେ ୨୦୧୬ ମସିହାରେ ନୋଟ୍ ବନ୍ଧି ସମୟରେ ସମସ୍ତ ସେବା ସୁଚାରୁ ରୂପେ ତୁଲାଉଛନ୍ତି l କରିଡ-୧୯ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଇ ଦେଇ ଆସିଛନ୍ତି । ତେବେ ବର୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ସିଏସପି ପ୍ଲସ ଖୋଲିବାକୁ ନିଷ୍ପତି ନେଇଛନ୍ତି l ଫଳରେ ବ୍ୟାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସେବା କେନ୍ଦ୍ର ବ୍ୟବସାୟ ପ୍ରଭାବିତ ହେବାକୁ ଯାଉଛି ଗ୍ରାହକ ସେବକେନ୍ଦ୍ରରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀ କର୍ମସଂସ୍ଥା ଆଶଙ୍କା ପ୍ରକାଶ ପାଇଛି l ତେଣୁ ସରକାରଙ୍କ ଦ୍ୱାରା ଖୋଲା ଯିବାକୁ ଥିବା ଏହି କେନ୍ଦ୍ରରେ ସିଏସପି କେନ୍ଦ୍ର ପରିଚାଳକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦୁଷ୍ଟି ଆକର୍ଷଣ କରାଯାଇଛି l ଏହି ଅବସରରେ ସଇଁତଳା ବ୍ଲକରେ ଥିବା ସିଏସପି କେନ୍ଦ୍ରର ପରିଚାଳକ ମାନେ ବିଡ଼ିଓ ଶ୍ରୀ ନାଗ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l ଏଥିରେ ଅଭିମନ୍ୟୁ ରଣା, ପଞ୍ଚମଲାଲ ବେହେରା, ଶିବ ପ୍ରସାଦ ସାହୁ, ଜୟରାମ ସାହୁ, ପୂରନ୍ଦ୍ର ପଟେଲ ,ଝରଣା ଦାସ, ରାଜପତି ଗହୀର, ପ୍ରକାଶ ରଣା , ଲକ୍ଷେଶ୍ଵର ମଲ୍ଲିକ, ପରେଶ୍ଵର ବାଗ ଓ ବୀରେନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.