ନର୍ଲା ଉପରପଡା ସ୍କୁଲରେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବି : ତୃତୀୟ ଦିନରେ ପହଞ୍ଚିଲା ଅବିଭାବକଙ୍କ ଧାରଣା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବି ନେଇ ନର୍ଲା ଉପରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବିଭାବକଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚିଛି। ଗତ ଶୁକ୍ରବାର ଦିନ ଏନେଇ ବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହାପରେ ମଧ୍ୟ ଶିକ୍ଷାବିଭାଗ କର୍ଣ୍ଣପାତ କରିନଥିବାରୁ ଶନିବାର ଦିନ  ବିଦ୍ୟାଳୟରେ ତାଲା ଝୁଲାଇ ଦେଇଥିଲେ ଅବିଭାବକ। ତେବେ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ଗେଟରୁ ତାଲା ଖୋଲା ଯାଇଥିଲା। ଏପଟେ ନର୍ଲା ଶିକ୍ଷା ବିଭାଗର ବୈମାତୃକ ମନୋଭାବ ଯୋଗୁଁ କୌଣସି ସମସ୍ୟାର ସମାଧାନ ହୋଇପାରି ନାହିଁ। ତେଣୁ ଆଜି ସୋମବାର ସମସ୍ତ ଅଭିଭାବକମାନେ ନିଜ ପୁଅ ଝିଅ ମାନଙ୍କୁ ବିଦ୍ୟାଳୟକୁ ନ ପଠାଇ ସ୍କୁଲ ନିକଟରେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଓ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ଦାବିରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ଆଜି ଧାରଣାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରୋଜ ପୂଜାରୀଙ୍କ ନେତୃତ୍ୱରେ ଉପ ସଭାପତି ଭୂମିସିଂ ଠାକୁର, ସଭ୍ୟ ସଂଜୀବ ବିଶି, ଗୌର ନାଏକ, ନିରଞ୍ଜନ ଗଉଡ଼, ଜାହ୍ନକି ପୁଝାରୀ, ନାରୀନେତ୍ରୀ ପଙ୍କଜିନୀ ନାୟକଙ୍କ ସମେତ କିଶୋର ପାତ୍ର, ନୀଳକଣ୍ଠ ମାଝୀ, ଗଣେଶ ମାଝୀ, କର୍ଣ୍ଣ ଦୋରା, ଦୟା ପୁଝାରୀ, ସନ୍ତୋଷ ସାହୁ, ପରିମଳ ମାଝୀ, ଦିପୁ ପାତ୍ର, ଶିକ୍ଷାପ୍ରେମୀ ମନବୋଧ ସାହୁ, ମନ୍ମଥ ପୂଝରୀ ସମେତ ବହୁ ଅବିଭାବିକା ଧାରଣାରେରେ ଉପସ୍ଥିତ ଥିଲେ। ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏବିଇଓ ସୂର୍ଯ୍ୟମଣୀ ବାଗ ଧାରଣା ସ୍ଥଳରେ ପହଂଚି ସମସ୍ତଙ୍କୁ ବୁଝାସୁଝା କରି ଆସନ୍ତା ୧୫ ଦିନ ମଧ୍ୟରେ ଆପଣଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିବାବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ନିଜ ନିଜ ପୁଅଝିଅ ମାନଙ୍କୁ ବିଦ୍ୟାଳୟକୁ ଛାଡ଼ିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି ଅବିଭାବକ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.