ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ଓଡ଼ିଶାର ସର୍ବପରିଚିତ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ ରକ୍ଷା ବନ୍ଧନ ଉପଲକ୍ଷେ କବିତା ଆସର ଆଭାସୀ ମଞ୍ଚରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର ଓମକାର ନାଦଧ୍ବନି ସହ ସମସ୍ତଙ୍କୁ ଶୁଭାଭିନନ୍ଦନ କରିଥିଲେ ।ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱ ସହ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ବଡ଼ଭାଇ ବିଶ୍ବେଶ୍ବର ମାଝୀ ଅନୁଷ୍ଠାନର କାର୍ଯ୍ୟକ୍ରମ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀମତୀ ବିଦ୍ୟୁତପ୍ରଭା ମିଶ୍ର ରକ୍ଷା ବନ୍ଧନ ଉପରେ ପୁଙ୍ଖାନୁପୁଙ୍ଖ ବକ୍ତବ୍ୟ ରଖିଥିଲେ । ପରେ ପରେ ରାଜ୍ୟ ସଂଯୋଜିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତିଙ୍କର ବଳିଷ୍ଠ ଶବ୍ଦ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଭକ୍ତିଭାବମୟ ପରିବେଶରେ ଦୀର୍ଘ ୨ ଘଣ୍ଟା ୧୫ ମିନିଟ ଧରି ଉକ୍ତ ଆସରକୁ ରାଜ୍ୟର ତଥା ରାଜ୍ୟ ବାହାରର ୪୦ ରୁ ଉର୍ଦ୍ଧ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରିଥିଲେ ଏବଂ ସ୍ନେହର ବନ୍ଧନ ରକ୍ଷା ବନ୍ଧନ ଉପରେ ନିଜ ନିଜର କଥା ଓ କବିତା ରଖିଥିଲେ । ବିଭିନ୍ନ ପ୍ରାନ୍ତରର ସ୍ରଷ୍ଟା, ସେମାନେ ଥିଲେ ଯାଜପୁରରୁ ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, ବାଙ୍ଗାଲୋରରୁ ପ୍ରତିମା ଶତପଥୀ, ଆମେରିକାରୁ ପ୍ରଫୁଲ୍ଲ କୁମାର ଦାସ, ତେଲେଙ୍ଗାନାରୁ ଅରୁଣ କୁମାର ମହାପାତ୍ର, ବାଲେଶ୍ଵରରୁ ବିପିନ ବିହାରୀ ବାରିକ, ପ୍ରଣତି ମହାପାତ୍ର, ପ୍ରଶାନ୍ତ କୁମାର ରାଉଳ, ଭୁବନେଶ୍ୱରରୁ ବିଶ୍ବେଶ୍ବର ମାଝୀ, ରୀତା ଅପରାଜିତା ମହାନ୍ତି, ପ୍ରିୟମ୍ବଦା ସାମଲ, କଟକରୁ ହେମନ୍ତ କୁମାର ସାହୁ, ବିଷ୍ଣୁପ୍ରିୟା ପଣ୍ଡା, ଜଗତସିଂହପୁରରୁ ଅର୍ଜୁନ କୁମାର ସାମଲ, ସଂଯୁକ୍ତା ସାହୁ, କୋରାପୁଟରୁ ଚନ୍ଦ୍ର କଳା ଦେବୀ, ରାଜେଶ୍ବରୀ ନନ୍ଦ, କେନ୍ଦ୍ରାପଡାରୁ ବନଲକ୍ଷ୍ମୀ ମହାନ୍ତି, ଢେଙ୍କାନାଳରୁ ତପନ କୁମାର ବିଶ୍ବାଳ, ଲତା ବେହେରା, ଆନ୍ଧ୍ରପ୍ରଦେଶରୁ ଉଷାରାଣୀ ପଣ୍ଡା, ବଲାଙ୍ଗୀର ଜିଲ୍ଲାରୁ ଦେବେନ୍ଦ୍ର କୁମାର ନାଏ, କେନ୍ଦୁଝରରୁ ରତିନାରାୟଣ ରାଉତ, ସତ୍ୟନାରାୟଣ ମିଶ୍ର, ପ୍ରଜ୍ଞାଲୀନ ସାହୁ, ଲତା ବେହେରା ପ୍ରମୁଖ ସ୍ରଷ୍ଟା । ଅନ୍ତିମ ପର୍ଯ୍ୟାୟରେ ବନଲକ୍ଷ୍ମୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ନିବେଦନ କରିଥିବା ବେଳେ ରତିନାରାୟଣ ରାଉତ ଜନକଲ୍ୟାଣ ମନ୍ତ୍ର ପାଠ କରିବା ସହ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ ସଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ସଭାସାଙ୍ଗ ଘୋଷଣା କରିଥିଲେ ।