ଚିଚିଆରେ ଦ୍ବାର ମୁହଁରେ ସେବା କାର୍ଯ୍ୟକ୍ରମ

୪୧୪ ଅଭିଯୋଗରୁ ତୁରନ୍ତ ୨୨ଟିର ହେଲା ସମାଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅଧିନ ଚିଚିଆ ଗ୍ରାମ ପଞ୍ଚାୟତରେ ଜନତାଙ୍କ ଦ୍ବାର ମୁହଁ ସେବା କାର୍ଯ୍ୟକ୍ରମ ହୋଇଯାଇଛି । କାର୍ଯ୍ୟକ୍ରମରେ ଆବାସ ଗୃହ ସମସ୍ୟାରୁ ୨୬୫, ପିଡିଏସ ଚାଉଳ ୧୫ ରୁ ୪ ସମାଧାନ, ମଧୁ ବାବୁ ଓ ଇନ୍ଦିରା ଗାନ୍ଧି ପେନସନ୍ ଯୋଜନାର ୬୦ ରୁ ୧୫ ସମାଧାନ, ତହସିଲ ସମ୍ବନ୍ଧୀୟ ୧୧ ରୁ ୩ ସମାଧାନ, ନରେଗା ଯୋଜନାର ୧୮, ଅନ୍ୟାନ୍ୟ ୪୧ ଓ ସାମୂହିକ ସମସ୍ୟା ୪ ସମେତ ସର୍ବମୋଟ ୪୧୪ ଟି ଅଭିଯୋଗରୁ ୨୨ ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ସଚିନ ପାୱାର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡିଓ ଶ୍ରୀଧର ପଣ୍ଡା, ତହସିଲଦାର ଅଶୋକ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକ, ସମାଜିକ ସୁରକ୍ଷା ବିଭାଗରୁ ଚନ୍ଦନ ବିହାରୀ, କନିଷ୍ଠ ଯନ୍ତ୍ରୀ ମିତାଞଳି ଦାସ, ସ୍ବାସ୍ଥ୍ୟ ବିଭାଗରୁ କୃଷ୍ଣ ମୋହନ ପାତ୍ର, ଉଦ୍ୟାନ ବିଭାଗରୁ ନିହାରିକା ବେହରା, କୃଷି ବିଭାଗରୁ ଲିଙ୍ଗରାଜ ମେହେର, ଗ୍ରାମ ରୋଜଗାର ସେବକ ମଶ୍ରା ବାବୁ, ଯୋଗାଣ ବିଭାଗରୁ ରୁପେଶ ବେମାଲ, ଜଳ ଓ ପରମଳରୁ ଅତିରିକ୍ତ ଯନ୍ତ୍ରୀ ସୁବାସ ପଣ୍ଡା, ଶିଶୁ ସମନ୍ବିତ ବିକାଶରୁ ଯଶୋବନ୍ତି ନାଏକଙ୍କ ସମେତ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଗାଁ ସାଥି, ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ । ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନାକୁ ଲୋକଙ୍କ ନିକଟକୁ ପହଞ୍ଚା ଯାଉଛି ଓ ଆମ ପକ୍ଷରେ ଯେତେ ସମ୍ଭବ ସେତିକି ବିଭିନ୍ନ ପ୍ରକାର ସମସ୍ୟାର ସରକାରଙ୍କ ଯୋଜାନରେ ସାମିଲ କରି ସମାଧାନ କରାଯାଉଛି ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.