ସଇଁତଲା କୃଷି ବିଭାଗର ସିଡ଼ିପି ଯୋଜନା ଦୁର୍ନୀତି ଘଟଣା; ୪ ମାସ ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କୃଷି ବିଭାଗ ଦ୍ଵାରା ଫସଲ ପରିବର୍ତ୍ତନ କାର୍ଯ୍ୟକ୍ରମ (ସିଡ଼ିପି) ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହାୟତା ରାଶି ପ୍ରଦାନରେ ବେଲଗାଁ, ଶିଶକେଲା, ଘୁନସର, ଆମ୍ବପାଲି, କଅଁସର ଆଦି ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଆସୁଥିବା ବେଳେ ବର୍ତମାନ ସୁଦ୍ଧା ଘଟଣାର ୨ ଥର ଲେଖାଏଁ ତଦନ୍ତ ହୋଇ ସାରିଥିବା ବେଳେ ବିଭାଗୀୟ ଅଧିକାରୀ କାହିଁକି କାର୍ଯ୍ୟନୁଷ୍ଠାନ ନେଉ ନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏପରିକି ଘଟଣାକୁ ୪ ମାସ ବିତିଯାଇ ଯାଇଥିଲେ ସୁଦ୍ଧା ପ୍ରଶାସନ ରଫାଦଫା କରି ଚପାଇଦେଲା ବୋଲି ସାଧାରଣରେ ଅଭିଯୋଗ ହେଉଛି l ପ୍ରକାଶ ଯେ, ଏହି ଘଟଣାର ତଦନ୍ତ ପାଇଁ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ଟିଟିଲାଗଡ ତରଫରୁ ପତ୍ର ସଂଖ୍ୟା ୩୬୩/୦୧.୦୫.୨୦୨୩ ମାଧ୍ୟମରେ ତଦନ୍ତ ନିର୍ଦ୍ଦେଶ ବ୍ଲକ କୃଷି ଅଧିକାରୀ ସଇଁତଳାଙ୍କୁ ଦିଆଯିବା ସହ ଖବର ପ୍ରସାରଣ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ଅନୁରୋଧ ମଧ୍ୟ କରାଯାଇଥିଲା। ଏହି ତଦନ୍ତ ସମୟରେ ଟିଟିଲାଗଡ ବ୍ଲକ କୃଷି ଅଧିକାରୀ ବିଶେଶ୍ୱର ସାହୁ ଓ ତତକାଳୀନ ସଇଁତଳା ବ୍ଲକ କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ ଅଭିଯୋଗ ହୋଇଥିବା ଚାଷୀଙ୍କ ନିକଟକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ସମୟରେ ଗ୍ରାମର ସରପଞ୍ଚ ଓ କିଛି ଗ୍ରାମବାସୀ ଉପସ୍ଥିତ ଥିବାବେଳେ ୫ ଜଣ ଚାଷୀଙ୍କ ମଧ୍ୟରୁ ୪ ଜଣ ସେମାନଙ୍କ ଠାରୁ କେହି ଟଙ୍କା ମାଗି ନାହାନ୍ତି ବୋଲି କହିଥିବା ସହ ଲିଖିତ ଆକାରରେ ଦେଇଥିବା ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଥଲେ। ଅପରପକ୍ଷରେ ସଂପୃକ୍ତ ଘଟଣାରେ ଚାଷୀଙ୍କ ଠାରୁ ଦଲାଲ ମାଧ୍ୟମରେ ଟଙ୍କା ଅସୁଲ କରାଯାଇଥିବା ଅଭିଯୋଗକୁ ପ୍ରଥମେ ଜିଲ୍ଲା କୃଷି ଅଧିକାରୀ ସ୍ବୀକାର କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରକାଶ କରିଥିବା ପ୍ରକାଶ କରିଥିଲେ l ଏହି ସିଡିପି ଯୋଜନାରେ ଚାଷୀଙ୍କ ଯୋଜନା ବାଟମାରଣା ହେଉଥିବା ଓ ତଦନ୍ତ ଆଳରେ ଦୋଷୀ ଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ଉଠିଛି। ଏ ନେଇ ବଲାଙ୍ଗୀର ସିଡ଼ିଓ ସୁବାଷ ଚନ୍ଦ୍ର ବେହେରା ସଇଁତଲା କୃଷି ବିଭାଗଙ୍କୁ ପରିଦର୍ଶନରେ ଆସିଥିବା ସମୟରେ ଘଟଣା ସମ୍ପର୍କରେ ପଚାରିବାରୁ ବଙ୍କେଇ କରି କଥାକୁ ଏଡାଇ ଦେଇଥିଲେ l ଏଣୁ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଆଇନଗତ କାଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି l ନଚେତ ଦୋଷୀଙ୍କ ବିରୋଧ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ପାଇଁ ଚାଷୀ ସଂଗଠନ ବ୍ଲକ ସଭାପତି ସତ୍ୟନାରାୟଣ ପଣ୍ଡା ଚେତାବନୀ ଦିଆଯାଇଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.