ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ଗ୍ରାମ ପଞ୍ଚାୟତ ତେଲିପାଲି ଗ୍ରାମର କୁଶ ଭାଏନା( ୨୮) । ସେ ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ। ମାତ୍ର ଚଳିତ ବର୍ଷ ହୋଇଥିବା ବ୍ୟାଚଳର ଅଫ ଏଜୁକେସନ (ବି .ଏଡ) ପ୍ରବେଶିକା ପରୀକ୍ଷାରେ ସଫଳତାର ସହିତ ଉର୍ତ୍ତୀର୍ଣ୍ଣ ହୋଇ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ପ୍ରବେଶିକା ପରୀକ୍ଷାରେ ସମୁଦାୟ ୧୦୦ ନମ୍ବରରୁ ୫୨.୭୫ ନମ୍ବର ରଖି ପରଶୁରାମ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନ୍ସ ଷ୍ଟଡିଜ୍ ରେ ନାମ ଲେଖାଇବାକୁ ଯୋଗ୍ୟ ହୋଇଛନ୍ତି । ମାତ୍ର ପାଠ ପଢିବାରେ ଅର୍ଥ ସାଜିଛି ବାଧକ । ସେ ଜଣେ ଗରିବ ଶ୍ରେଣୀର ପିଲା ତାଙ୍କ ବାପା ଜୁଆନି ଭାଏନା ଜଣେ ଦିମ ମଜୁରିଆ ହୋଇଥିବା ବେଳେ ତାଙ୍କ ମାତାଙ୍କର ବହୁ ଦିନରୁ ପରଲୋକ ହୋଇସାରିଛି। ଏହି ଖବର ଟି ଖବର କାଗଜରେ ପ୍ରଶାରିତ ହୋଇଥିଲା। ଏହି ଖବର ଜାଣିବା ପରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ର ଗତ ଥରର ବିଜେପି ବିଧାୟକ ପ୍ରାର୍ଥି ଇଂ ରଘୁନାଥ ଜଗଦଲା ଙ୍କ ସହଯୋଗ ରେ ତାଙ୍କର ସହଯୋଗୀ ସାଥି ସଂଜୟ ଅଗ୍ରୱାଲ, ମନୋରଞ୍ଜନ ଦାସ, ରଜତ ଦେ ମିଶି କିଛି ସହାୟତା ରାଶି ନାମଲେଖା ପାଇଁ ଦେଇଥିଲେ ଏବଂ ଆଗକୁ ମଧ୍ଯ ତାର ମାସିକ ହଷ୍ଟେଲ ଫିଜ୍ ଦେବା ସଂଗେ କିଛି ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏହି ସହାୟତା ରାଶି ପ୍ରଦାନ ଅବସରରେ ବିଜେପି ଦଳର କର୍ମକର୍ତ୍ତା ବେଣୁଧର ଦାସ, ଏକଲବ୍ୟ ବେହେରା, ଅଶୋକ ସାହୁ, ପଦାର୍ଥ ଜଗଦଲା, ବସୁଦେବ ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ।