କଳିଙ୍ଗା ବିଏଡ୍ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: କଳିଙ୍ଗା ବିଏଡ ମହାବିଦ୍ୟାଳୟ ତରଫରୁ ଜାତୀୟ କ୍ରୀଡ଼ା ସପ୍ତାହ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଉଦ୍ଘାଟନ କରିଥିଲେ । ଏହି ପରିପେଖିରେ ସେ ଏହି ଜାତୀୟ କ୍ରୀଡା ସପ୍ତାହ କ’ଣ ପାଇଁ ଆୟାଜନ କରାଯାଏ ସେ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ପ୍ରାଚୀନ କାଳରୁ କ୍ରୀଡ଼ା ମଣିଷର ସୁସ୍ଥତା ଓ ଚିତ୍ତ ବିନୋଦନର ଏକ ବଳିଷ୍ଠ ମାଧ୍ୟମ ।

ଭାରତରେ ଆମେ ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ପାରମ୍ପରିକ କ୍ରୀଡ଼ା ସହ କେତେକ ଏକକ ପ୍ରଜାତିର କ୍ରୀଡ଼ା ଦେଖିବାକୁ ପାଇଥାଉ । ଏହା ମଣିଷର ଶାରିରୀକ ଓ ମାନସିକ ଶକ୍ତି ବୃଦ୍ଧି କରୁଥିବା ସହ ସମୟ, ପରିବେଶ ଓ ପରିସ୍ଥିତିକୁ ନେଇ ଏହା ଚିତ୍ତ ବିନୋଦନର ମାଧ୍ୟମ ହେବା ସହ କଳା, କୃତି ଓ ଦକ୍ଷତା ବିକାଶ ସହ ପ୍ରଦର୍ଶନ କଳାର ଏକ ଉତ୍ତମ ପରିପ୍ରକାଶକାରୀ ମାଧ୍ୟମ ବୁଲି ସମସ୍ତ ପିଲାମାନଙ୍କୁ ବୁଝାଇ ଥିଲେ । ଏହା ୨୩ ଅଗଷ୍ଟ ତାରିଖ ରୁ ଆରମ୍ଭ ହୋଇ ୨୯ ଅଗଷ୍ଟ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ ।

ଏହି ଜାତୀୟ କ୍ରୀଡା ସପ୍ତାହ ପାଳନ ଅବସରରେ ଏହି ମହାବିଦ୍ୟାଳୟର ସମସ୍ତ ପିଲାମାନଙ୍କୁ ନେଇକି ଏକ ଚିତ୍ର କଳାର କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା । ପରେ ଏହି ଚିତ୍ରକୁ ନେଇ ଏକ ମାରାଥନ ରାଲି କରା ଯାଇ ଜାତୀୟ କ୍ରୀଡ଼ା ଦିବସ ବିଷୟରେ ଲୋକ ମାନଙ୍କୁ ପିଲାମାନେ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୭୦ ଜଣ ଛାତ୍ର ଛାତ୍ରୀ ନିଜର ସ୍ଵତନ୍ତ୍ର ଚିତ୍ର କଳା ସୃଷ୍ଟି କରି ଥିଲେ ।ଏହି କାଯ୍ୟକ୍ରମକୁ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ସୋହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.