ଗୋବିନ୍ଦପୁରରେ ଜାତୀୟ ଖେଳ ଦିବସ; ଫୁଟବଲ ଟୁର୍ଣ୍ଣାମେଂଟରେ ବନ୍ଧପଡ଼ା ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରା ଗ୍ରାମ ସ୍ଥିତ ଗୋବିନ୍ଦପୂର ଖେଳପଡିଆ ଠାରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ବିଜୟାନନ୍ଦ ସ୍ପୋର୍ଟସ କ୍ଲବ୍ ଗୋବିନ୍ଦପୂର ଆନୁକୁଲ୍ୟରେ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସ ତଥା ଜାତୀୟ ଖେଳ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥିଭାବେ ରୁପ୍ରା ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ ସେନାପତି, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଲେଖପାଳ ଦ୍ୱିତୀୟା ବନଛୋର, ଜବାନ ଫିଜିକାଲ୍ ଏକାକାଡେମିର ଅଧ୍ୟକ୍ଷ ତଥା ପୂର୍ବତନ ସୈନିକ ଭୂପିନ୍ଦର ନାଏକ, ପୂର୍ବତନ ସୈନିକ ଅଜିତ ପଧାନ, ପୁର୍ବତନ ସୈନିକ ଲାଲଚାନ୍ଦ୍ ମହାନନ୍ଦ , ହଳଧର ପଧାନ ଓ ଶରତ ନାଏକ ପ୍ରମୁଖ ଅତିଥି ଉପସ୍ଥିତ ଯୋଗଗଦାନ କରି ଜାତୀୟ କ୍ରୀଡା ଦିବସର ମହତ୍ଵ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଦୁଇ ଦିବସୀୟ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ରେ ରୁପ୍ରା, ତୁଳାପଡା, ଟକର୍ଲା, ଡୁମେରମୁଣ୍ଡା,ସିକେରପଡ଼ା,ଦାଦପୁର, ବନ୍ଧପଡ଼ା, ଲୁତୁରବନ୍ଧ ପ୍ରମୁଖ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମେଚ ବନ୍ଧପଡ଼ା ଓ ଟକର୍ଲ୍ଲା ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା । ଖେଳରେ ଉଭୟ ଦଳ କୋଣସି ଗୋଲ ସ୍କୋର କରି ନଥିଲେ । ଦୁଇଦଳ ଡ୍ର ହେବାରୁ ଶେଷରେ ପେନାଲ୍ଟି ସୁଟ ରେ ୬-୫ ଗୋଲ ରେ ବନ୍ଧପଡା ଦଳ ବିଜୟୀ ହୋଇ ଚାମ୍ପିୟାନ ହୋଇଥିଲେ। କ୍ରୀଡା ପରିଚାଳକ ଭାବେ ରେଫ୍ରୀ ସନ୍ତୋଷ ନାୟକ, ସୁରେଶ ନାୟକ, ବିନୋଦ ହେର୍ଣ୍ଣା, ଟିଙ୍କୁ ପଧାନ,ସରୋଜ ପଧାନ ପ୍ରମୁଖ ସୁଚାରୁ ରୂପେ ଖେଳ ପରିଚଳନା କରିଥିଲେ।ଉକ୍ତ କାର୍ଯକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ପୁର୍ବତନ ଜାତୀୟ ଯୁବ ସ୍ବେଛାସେବୀ ମିଳନ କୁମାର ଭୋଇ, ହେମସାଗର ସାହୁ, ବିଜୟାନନ୍ଦ ସ୍ପୋର୍ଟସ କ୍ଲବର ସଭାପତି ଡିଲେଶ୍ୱର୍ ସାହୁ, ସମ୍ପାଦକ କାଳିଆ ନାଏକ, ପ୍ରିୟରଞ୍ଜନ ବେହେରା, ଆବେଶ ପାଢ଼ୀ, ବାବା ସାହୁ, ବିକାଶ ନାଏକ, ପ୍ରଶାନ୍ତ ସାହୁ ଏବଂ ଉକ୍ତ କ୍ଲବ୍ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.