୧୫ ଫୁଟ ଉଚ୍ଚରେ ଉଠିଲା ଜୁଆର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଲୋକଙ୍କ ପାଇଁ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଛି । ହରିକେନ୍ ଇଡାଲିଆ ଆମେରିକାର ଫ୍ଲୋରିଡ଼ାରେ ଲ୍ୟାଣ୍ଡଫଲ୍ କରି ଧ୍ୱଂସର ତାଣ୍ଡବ ରଚିଛି । ସମୁଦ୍ରରେ ୧୫ ଫୁଟରୁ ଅଧିକ ଉଚ୍ଚ ଜୁଆର ଉଠିବା ସହିତ ୨୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା । ଆମେରିକାରେ ହରିକେନର ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ଇଡାଲିଆର ଧ୍ବଂସଲୀଳା ଆରମ୍ଭ ହୋଇଥିଲା  ।  ବହୁ ଅଞ୍ଚଳ ଜଳମଗ୍ନ ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି । ଝଡ଼ ଯୋଗୁ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଥିବାବେଳେ ଉପକୂଳ ସହରଗୁଡ଼ିକରେ ଅନେକ ଘରେ ପାଣି ପଶିଯାଇଛି । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସାମୁଦ୍ରିକ ଝଡ଼ ଧିରେ ଧିରେ ଥମିବାକୁ ଲାଗିଥିଲା ଏବଂ ଆମେରିକାର ନ୍ୟାସନାଲ୍ ହରିକେନ ସେଣ୍ଟର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହା କ୍ରମଶଃ ଦକ୍ଷିଣ ଜର୍ଜିଆ ଦେଇ ଗତି କରିଥିଲା । ଝଡ଼ ଯୋଗୁଁ ବୁଧବାର ଆମେରିକାରେ ଏୟାରଲାଇନ୍ସଗୁଡ଼ିକ ୮୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଥିଲା । ଏଥିସହିତ ୭୯୫ଟି ବିମାନର ଉଡ଼ାଣ ବିଳମ୍ବ ହୋଇଥିଲା। ତାମ୍ପା, କ୍ଲିୟରୱାଟର ଏବଂ ଟଲାହାସି ବିମାନ ବନ୍ଦର ବନ୍ଦ ରହିଥିବାବେଳେ ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯାଇଛି।  ନ୍ୟାସନାଲ ଗାର୍ଡର ୫୫୦୦ରୁ ଅଧିକ ସଦସ୍ୟ ଏବଂ ୫୮୦ରୁ ଅଧିକ  ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.