ବେହେରା ଗ୍ରାମରେ ବଞ୍ଜାରା ସମାଜର କୁସୁମି ଲକଡି ପର୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ଼ ବ୍ଲକ ତଥା ଦଣ୍ଡପାଟ ଅଞ୍ଚଳର ଏକ ଐତିହ୍ୟ ସଂପନ୍ନ ଗ୍ରାମ ବେହେରା ଠାରେ ବଞ୍ଜାରା ସମାଜର ଏକ ମହାନ ପର୍ବ ‘କୁସୁମି ଲକଡି’ ଆୟୋଜିତ ହୋଇଛି। ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ବେହେରା ଗାଁ। ପ୍ରଥମେ ସମାଜର ଆରାଧ୍ୟ ଗୁରୁ ଦେବତା ସେବାଲାଲ୍ ମହାରାଜ୍, ଗୁରୁ ନାନକ୍, ମାଁ ବଞ୍ଜାରୀ, ମେରା ମାଁ ଏବଂ ପିତୃପୁରୁଷଙ୍କୁ ପୂଜାର୍ଚ୍ଚନା କରାଯାଇ ସେବାଲାଲ୍ ମହାରାଜଙ୍କ ନାମରେ କଡାଓ ଭୋଗ ଦିଆଯାଇଥିଲା। ପରେ ସମାଜର ପୁରୁଷ ମହିଳା ମାନେ ଏକତ୍ରିତ ହୋଇ ପାରମ୍ପରିକ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ। ଏହି ପର୍ବ ୯ ଦିନ ଧରି ଚାଲିଥାଏ। ଶ୍ରାବଣ ପୁର୍ଣ୍ଣିମା ଦିନ ତିଜ୍ ପର୍ବର ସମାପନ ହେବା ସହ କୁସୁମି ଲକଡି ପର୍ବ ପାଳନ କରାଯାଏ। ଏହି ପର୍ବ ଦିନ ତିଜ୍ ପର୍ବର ସମାପନ କରାଯାଇ କୁସୁମି ଲକଡିକୁ ଶାନ୍ତ କରାଯାଏ ଏବଂ ପରବର୍ତ୍ତୀ ବର୍ଷରେ ତାକୁ ବ୍ୟବହାର କରାଯାଏ। ତେବେ ବେହେରା ଗାଁରେ ଦୀର୍ଘ ୩୦ବର୍ଷ ପରେ ଏହି ପର୍ବ ଆୟୋଜିତ ହୋଇଛି। ତେଣୁ ଗ୍ରାମର ବଞ୍ଜାରା ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବେହେରା ତାଣ୍ଡା ସଭାପତି ଶଙ୍କର ନାଏକଙ୍କ ତତ୍ତ୍ବାବଧାନରେ ଓଡିଶା ବଞ୍ଜରା ସମାଜର ସଭାପତି ତୁଲାରାମ ନାଏକ, କଳାହାଣ୍ଡି ବଞ୍ଜରା ସମାଜର ସଭାପତି ଯଶୋବନ୍ତ ନାଏକ, ପୂର୍ବତନ ସଭାପତି ଲଲିତ ନାଏକ, ସଂସ୍କାର କମିଟି ସଭାପତି ସନ୍ଥ ନାଏକ, ତପୁ ନାଏକ, କ୍ଷମାପ୍ରସାଦ ନାଏକ, ହେମାଳ ନାଏକ, ଚୌବନ ନାଏକ, ତ୍ରିଲୋଚନ ନାଏକ, ରାହାସ ନାଏକ, ଜୟଚନ ନାଏକ, ଯୁବ ସଂଗଠକ ଭୁଜବଳ ନାଏକ ଏବଂ କଳାହାଣ୍ଡି ବଞ୍ଜରା ସମାଜର ପ୍ରତ୍ୟେକ ତାଣ୍ଡାରୁ କମିଟି ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.