ସୋନପୁର ପୈାରପରିଷଦରେ ଆଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୈାରପରିଷଦ ଓ ବିନିକା, ତରଭା ବିଜ୍ଞାପିତ ଅଚଂଳ ପରିଷଦରେ ଆଜି ଆଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ସୋନପୁର ପୈାରପରିଷଦର ଅଧ୍ୟକ୍ଷା ଓ ନିର୍ବାଚିତ କାଉନସିଲର ମାନଙ୍କ ସହିତ ପ୍ରଥମେ ସୋନପୁର ସହରରେ ଥିବା ବିଜୁ ପଟ୍ଟନାୟକ ଓ ଅନ୍ୟ ମହାପୁରୁଷ ମାନଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପୈାରପରିଷଦ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରିଥିଲେ । ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ସୋନପୁର ସହରର ବିଭିନ୍ନ ସାହି ମାନଙ୍କରେ ନୂତନ ପ୍ରକଳ୍ପ ମାନଙ୍କର ଉଦଘାଟନ ମଧ୍ୟ କରିଥିଲେ । ପରେ ସହରର ନୂତନ ଟାଉନ ହଲ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଝାରୀ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କଥାକୁ ମନେ ପକାଇ ସୋନପୁରକୁ ସୁବର୍ଣ୍ଣପୁର ଜିଲ୍ଲା କରିଥିଲେ ଓ ଆଗାମି ଦିନରେ ସୁବର୍ଣ୍ଣପୁର କରିବାର ଦାୟୀତ୍ୱ ଜନସାଧାରଣଙ୍କୁ ଦେଇଥିଲେ । ତାହାକୁ କାର୍ଯ୍ୟରେ ପରିଣତ କରିବାପାଇଁ ସୋନପୁର ପୈାରପରିଷଦ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ପ୍ରବାଦ ପୁରୁଷଙ୍କ କଥାକୁ ପ୍ରତିପାଦନ କରୁଛି ବୋଲି କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୋନପୁର ଜିଲ୍ଲାପାଳ, ପୈାରପରିଷଦ ଅଧ୍ୟକ୍ଷା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ ଆଗାମି ଦିନରେ ସୋନପୁର ପୈାରପରିଷଦର ଲୋକେ ସହଯୋଗ କଲେ ସୋନପୁର ସୁବର୍ଣ୍ଣପୁର ହେବ ବୋଲି ମତ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.