ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡପୋଡାଗୁଡ଼ାଠାରେ ଶୁକ୍ରବାର ବୈଷ୍ଣବ ସମାଜ ପକ୍ଷରୁ ନିଖିଲ ଉତ୍କଳ ଆଞ୍ଚଳିକ ଗୃହି ବୈରାଗୀ ବୈଷ୍ଣବ ପରିବାର ସର୍ଭେ ପୁସ୍ତିକା ଉନ୍ମୋଚନ ହୋଇଛି। ଉକ୍ତ ପୁସ୍ତିକାକୁ ସ୍ବର୍ଗତ ଧ୍ରୁବ ଚରଣ ଦାସ ଲେଖିଥିବା ବେଳେ ତାଙ୍କ ଶ୍ରାଦ୍ଧବାର୍ଷିକୀ ଦିବସ ଉପଲକ୍ଷେ ତାଙ୍କ ପୁତ୍ରଦ୍ବୟ ମନୋଜ କୁମାର ଦାସ, ମଳୟ ଦାସ ଓ ପୁତୁରା ଧନଞ୍ଜୟ ଦାସଙ୍କ କରକମଳରେ ଉନ୍ମୋଚନ କରାଯାଇଛି। ଉକ୍ତ ପୁସ୍ତିକାରେ ସ୍ବର୍ଗତ ଶ୍ରୀଦାସ ନିଜ ବଂଶଜ ଓ ତାଙ୍କ ଜୀବନି ତଥା ବୈରାଗୀ (ବୈଷ୍ଣବ) ସମାଜର ଆଦର୍ଶ ରୀତିନୀତି ତଥା କୋଣ ଅନୁକୋଣରେ ଥିବା ବୈଷ୍ଣବ ସମାଜର ପରିବାରଙ୍କ ସର୍ଭେଲିଷ୍ଟକୁ ଉଲ୍ଲେଖ କରିଛନ୍ତି। ଉକ୍ତ ପୁସ୍ତିକାର ଉନ୍ମୋଚନ ଉତ୍ସବରେ ପୁସ୍ତିକାର ପ୍ରକାଶକ ଗଜେନ୍ଦ୍ର ଦାସ, ପିତାମ୍ବର ଦାସ, ଅଭିମନ୍ୟୁ ଦାସ, ମୋହନ ଚରଣ ଦାସ, ଫକିର ଦାସ, ଅଶୋକ ଦାସ, ନବୀନ ଦାସ ସମେତ ବୈଷ୍ଣବ ସମାଜର ବହୁ ମାନ୍ୟଗୁଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।