ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ପଣ୍ଡକିଟାଲ (ଜାମଖୋଲ) ଠାରେ ଥିବା ଗୀତା କ୍ଷେତ୍ର ସତ୍ୟବାବା ପୀଠ ଆଞ୍ଚଳିକ ପରିଚାଳନା କମିଟୀ ଦ୍ବାରା ଏକ ହେକ୍ଟର ଜମିରେ ୨୦୦ ଫଳ ଚାରା ରୋପଣ ସହିତ ଶ୍ରୀମଦ୍ ଭଗବତ ଗୀତା ପ୍ରବଚନ କରାଯାଇଛି। ସଭାପତି କରମଚାନ୍ଦ ମହାନ୍ତିଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଆବାହକ ଭୁବନେଶ୍ବର ସାହୁ ସଭା ପରିଚାଳନା କରିଥିଲେ। ସହସମ୍ପାଦକ କୁଶଳେଶ୍ୱର ପୁଟେଳ, ଆବାହକ ଚୈତନ୍ୟ ବାଘ, କୋଷାଧ୍ୟକ୍ଷ ଶ୍ରୀଧର ନାଏକ, ପରିବେଶପ୍ରେମୀ ରୋହିତ ନାଗ, ସନ୍ଥ କ୍ଷେତ୍ରବାସୀ ଦାସ, ପ୍ରବଚକ ବ୍ରହ୍ମଚାରି ଜଗଦୀଶ ଦାସ, ଲକ୍ଷ୍ମଣ ମେହେର, ତ୍ରୀନାଥ ସାହୁ, ରାଜୁ ଭୋଇ, ପ୍ରସାନ୍ତ ସେଠୀ, ଅଜିତ ସାହୁ, ଲିଙ୍ଗରାଜ ଧରୁଆ,ପ୍ରକାଶ ବଘାର,ଦିଗାଳ ମହାକୁର, ରାଜେଶ ମହାକୁର, ଶ୍ୟାମ ମାରେହି, ଳଳିତ ସେଠୀ, ସୂର୍ଯ୍ୟନାରାୟଣ ଭୋଇ, ସୂର୍ଯ୍ୟନାରାୟଣ ସାହୁ, ଘୁଟୁ ଦଣ୍ଡସେନା, ରାମ ନାଗ, ଲକ୍ଷଣ ବଗର୍ତି,ବସୁଦେବ ସେଠୀ,ବୈଶାଖୁ ସାହୁ ଗୀତା କ୍ଷେତ୍ର ର ସମସ୍ତ ଭକ୍ତବୃନ୍ଦ ଓ ବୋଲ ବମ ଭକ୍ତ ବୃନ୍ଦ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ସୁବ୍ରତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କ୍ଷେତ୍ରରେ ପ୍ରତ୍ୟେକ ମାସ ପୂର୍ଣ୍ଣିମା ତିଥିରେ ଶ୍ରୀମଦ ଭଗବତ ଗୀତା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।