ଆଦିତ୍ୟ ଏଲ-୧କୁ ସୂର୍ଯ୍ୟ ଅଭିମୁଖେ ପ୍ରେରଣ କଲା ଇସ୍ରୋ

ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: ଅନନ୍ତ ଆକାଶରେ ଭାରତର ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ-୧ । ଶ୍ରୀହରିକୋଟାର ଲଞ୍ଚିଂ ସେଣ୍ଟରରୁ ସେପ୍ଟେମ୍ବର ୨  ତାରିଖ ୧୧ଟା ୫୦ରେ ଆଦିତ୍ୟ ଏଲ-୧କୁ ସୂର୍ଯ୍ୟ ଅଭିମୁଖେ ପ୍ରେରଣ କରିଛି ଇସ୍ରୋ । ପିଏସଏଲଭି-ଏକ୍ସଏଲ ରକେଟ ଆଦିତ୍ୟ ଏଲ ୧କୁ ନେଇ ମହାକାଶକୁ ଯାଇଛି । ଆଦିତ୍ୟ ଏଲ ୧ ଅନ୍ତରୀକ୍ଷ ଯାନ ପୃଥିବୀ ଏବଂ ସୂ୍ର୍ଯ୍ୟ ମଝିରେ ଏକ ନିର୍ଦ୍ଧିଷ୍ଟ ଦୂରତାରେ ଏଲ-୧ ପଏଣ୍ଟରେ ଏହାକୁ ରଖିବ । ୧୨୭ ଦିନ ପରେ ଏହା ଏଲ- ୧ ପଏଣ୍ଟରେ ପହଞ୍ଚିବ । ଏହି ପଏଣ୍ଟରେ ପହଞ୍ଚିବା ପରେ ଆଦିତ୍ୟ ଏଲ-୧ ତାର ଡାଟା ପଠାଇବା ଆରମ୍ଭ କରିବ । ଆଜି ସକାଳୁ ସକାଳୁ ପାଗ ବେଶ ଭଲ ଥିଲା । ଆଦିତ୍ୟ ଏଲ-୧ ତାର  ଯାତ୍ରାର ଆରମ୍ଭ ଲୋୟର ଅର୍ଥ  ଅର୍ବିଟରୁ ଆରମ୍ଭ କରିଥିଲା । ପିଏସଏଲଭି-ଏକ୍ସଏଲ ରକେଟ କିଛି ସମୟ ପରେ ପୃଥିବୀର  ସ୍ପେୟର ଅଫ ଇନଫ୍ଲୁଏନ୍ସ ରୁ ବାହାରିବା ପରେ ଆଦିତ୍ୟ ଏଲ- ୧କୁ ହାଲୋ ଅର୍ବିଟରେ ଛାଡି ଦିଆଯିବ । ସେଠାରେ ଏଲ ୧ ପଏଣ୍ଟ ରହିଛି । ଏହି ଯାତ୍ରା ପାଇଁ ଆଦିତ୍ୟକୁ ୧୦୯ ଦିନ ଲାଗିବ  । ଆଦିତ୍ୟ ଏଲ ୧କୁ ଦୁଇଟି ବଡ ଅର୍ବିଟରେ ଯିବାକୁ ପଡିବ ଯାହା ଖୁବ କଠିନ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଆଦତ୍ୟ ଏଲ-୧ର ଓଜନ ୧୪୮୦ କିଲୋଗ୍ରା ଯାହା ଲଞ୍ଚ ହେବାର ୬୩ ମିନିଟ ପରେ ରକେଟରୁ ସ୍ପେସକ୍ରାଫ୍ଟ ଅଲଗା ହେବା

ସୂର୍ଯ୍ୟ ହେଉଛି ପୃଥିବୀର ନିକଟତମ ନକ୍ଷତ୍ର । ତେଣୁ ଅନ୍ୟ ନକ୍ଷତ୍ର ତୁଳନାରେ ସୂର୍ଯ୍ୟ ବିଷୟରେ ଆମେ ଅଧିକ ଜାଣିବା ଦରକାର । ଏହା ପ୍ରୁଚୁର ଶକ୍ତି ବିକିରଣ କରେ  ।  ଅନେକ ବିସ୍ଫୋରକ ମହା ଜାଗତିକ ବସ୍ତୁ ଯଦି ପୃ୍‌ଥିବୀ ଅଭିମୁଖେ ଆସେ ତେବେ  ହାକାଶରେ ଅନେକ ପ୍ରକାର ବ୍ୟାଘାତ ସୃଷ୍ଟି କରିପାରେ । ତେଣୁ ଏହାକୁ ସାମ୍ନା କରିବା ତଥା ଏହାର ପ୍ରତିକାର କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ।  ତା ଛଡା ସୂର୍ଯ୍ୟ ବିଷୟରେ ଜାଣିବା ପାଇଁ ସୂର୍ଯ୍ୟ ହିଁ ଏକ ପ୍ରାକୃତିକ ଲୋବରୋଟୋରୀ । କାରଣ ସୂ୍ର୍ଯ୍ୟର ପରୀକ୍ଷା ନିରୀକ୍ଷା କୌଣସି ଲାବରେ କରିବା ସମ୍ଭବ ନୁହେଁ । ତେଣୁ ଭାରତ ଆରମ୍ଭ କରିଛି ଏହି ଅଭିଯାନ । ତେବେ କ’ଣ ଏହି ଲାଗ୍ରେଞ୍ଜ-୧  ଏଲ-୧ ଯେଉଁ ଠି  ଆଦିତ୍ୟ ପହଞ୍ଚିବା ପରେ ସେଠାରେ ଘୂରି ବୁଲିବ ?  ସୂର୍ଯ୍ୟର ମାଧ୍ୟାକର୍ଷଣ ଶକ୍ତି ରହିଛି  । ପୃଥିବୀର ବି ମାଧ୍ୟକର୍ଷଣ ଶକ୍ତି ରହିଛ । ମହାକାଶରେ  ଦୁଇ ମାଧ୍ୟାକର୍ଷଣ ଶକ୍ତି ଗୋଟିଏ ଜାଗାରେ ଏକାଠି ହୁଅନ୍ତି । କହିବାକୁ ଗଲେ ଯେଉଁଠି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଶେଷ ହୁଏ ସେହିଠାରୁ ହିଁ ଆରମ୍ଭ ହୁଏ ସୂର୍ଯ୍ୟର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ । ଏହି ପଏଣ୍ଟକୁ କହନ୍ତି ଲାଗ୍ରେଞ୍ଜ ପଏଣ୍ଟ । ପୃଥିବୀ ଏବଂ ସୂର୍ଯ୍ୟ ମଝିରେ ଏହିପରି ୫ଟି ଲାଗ୍ରେଞ୍ଜ ପଏଣ୍ଟ ରହିଛି । ଭାରତର ଏହି ସୂ୍ର୍ଯ୍ୟଯାନ ଆଦିତ୍ୟ ଏଲ-୧  ଲାଗ୍ରେଞ୍ଜ ପଏଣ୍ଟ ୱାନ ବା ଏଲ-୧ରେ ଅବସ୍ଥାନ କରିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.