ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଆଜି ଶନିବାର ସକାଳ ୮ଘଣ୍ଟା ୩୦ ମିନିଟ ସମୟରେ ସରକାରୀ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ତରଫରୁ ସ୍ୱଛତା ପକ୍ଷ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ସ୍କୁଲର ପରିବେଶକୁ ସଫା ସୁତୁରା କରିଥିଲେ। ପରିବେଶକୁ ସ୍ୱଚ୍ଛ ଓ ପରିଛନ୍ନ କରିବା ଉପରେ ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ କୁମାର ସାହୁ ସମସ୍ତଙ୍କୁ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ରଶ୍ମିତା ପଟେଲ, ଉପସଭାପତି ସୁନିଲ କୁମାର ଗହିର, ମମତା ଶବର, ଗୀତାଞ୍ଜଳି ମିଶ୍ର, ଛନ୍ଦିତା ଦାସ, ସିକ୍ତା ପଟ୍ଟନୟକ, ପୁଷ୍ପିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।