ପାକିସ୍ତାନ ବିପକ୍ଷରେ ଶୀର୍ଷ ବ୍ୟାଟରଙ୍କ ଫ୍ଲପ୍ ସୋ’, ବିଶ୍ବକପ୍ ପାଇଁ ଭାରତ ପ୍ରସ୍ତୁତ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ତୃତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା କିନ୍ତୁ ବର୍ଷା ପାଇଁ ଏହି ମ୍ୟାଚ୍ ବାତିଲ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୬୬ ରନ୍ ସଂଗ୍ରହ କରିଥିଲା। ହେଲେ ଟିମ୍ ଇଣ୍ଡିଆର ଶୀର୍ଷ ବ୍ୟାଟିଂ ଅର୍ଡର ଖରାପ ପ୍ରଦର୍ଶନ କରିଛି। ରୋହିତ ଶର୍ମା ୧୧ ରନ୍, ବିରାଟ କୋହଲି ମାତ୍ର ୪ ରନ୍ କରିବା ପରେ ଆଉଟ ହୋଇଥିଲେ । ଶୁଭମନ ଗିଲ ମଧ୍ୟ କିଛି ବିଶେଷ କରିପାରିନଥିଲେ। ଇଶାନ କିଶନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ସମ୍ମାନ ରକ୍ଷା କରିଥିଲେ। ୨୦୨୩ ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଆୟୋଜିତ ହୋଇଛି। ଟିମ ଇଣ୍ଡିଆର ଶୀର୍ଷ ବ୍ୟାଟିଂ ଅର୍ଡର କିନ୍ତୁ ଯେଉଁଭଳି ପ୍ରଥମ ମ୍ୟାଚ୍‌ରେ ରନ ସଂଗ୍ରହ କଲେ ଏବଂ ଶସ୍ତାରେ ପାଭିଲିନକୁ ଫେରିଲେ ତାହା ଏଵେ ଚିନ୍ତାଜନକ। କ୍ୟାପଟେନ ରୋହିତ ଶର୍ମା ୨୨ ବଲରେ ୧୧ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଶୁଭମନ ୩୨ ବଲରେ ୧୦ ରନ୍ କରିଥିଲେ । ୭ ବଲରେ ୪ ରନ୍ କରିବା ପରେ ବିରାଟ କୋହଲି ଆଉଟ୍ ହୋଇଥିଲେ। ଶ୍ରେୟସ୍ ଆୟର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି କିନ୍ତୁ ୯ ବଲରେ ୧୪ ରନ୍ କରିବା ପରେ ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ମଧ୍ୟ ୧୪ ରନ୍ କରିବା ପରେ ପାଭିଲିୟନକୁ ଫେରିଥିଲେ। ଭାରତୀୟ ଦଳର ପ୍ରଦର୍ଶନକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ବିଶ୍ୱକପ ପାଇଁ ପ୍ରସ୍ତୁତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ପାକିସ୍ତାନ ବିପକ୍ଷ ବଡ ମ୍ୟାଚରେ ଭାରତର ଟପ୍ ଅର୍ଡର ଖେଳାଳି ଫ୍ଲପ୍ ମାରିବା ବିଶ୍ୱକପ ପାଇଁ ପ୍ରସ୍ତୁତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶଂସକମାନେ ସୋସିଆଲ ମିଡିଆରେ କୋହଲି ଏବଂ ରୋହିତଙ୍କ ସମେତ ଫ୍ଲପ୍ ବ୍ୟାଟ୍ସମ୍ୟାନମ୍ୟାନ ବୋଲି ଟ୍ରୋଲ କରୁଛନ୍ତି। କୋହଲି ଏବଂ ରୋହିତଙ୍କ ବିଷୟରେ ଅନେକ ପ୍ରକାରର ମିମ୍ସ ସେୟାର ହେଉଛି । କ୍ରିକେଟ୍ ବୋର୍ଡ ଖୁବ୍ ଶୀଘ୍ର ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିବ। କିନ୍ତୁ ଦଳର ପ୍ରସ୍ତୁତି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶଂସକଙ୍କୁ ନିରାଶ କରିଛି। ଇଶାନ ଏବଂ ହାର୍ଦ୍ଦିକ ପାକିସ୍ତାନ ବିରୋଧରେ ଭାରତର ଚେହେରା ହୋଇଥିଲେ । ଏହି ଦୁଇଜଣଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ରହିଥିଲା । ଇଶାନ ୮୧ ବଲର ସମ୍ମୁଖୀନ ହୋଇ ୮୨ ରନ କରିଥିଲେ। ସେ ୯ଟି ଚୌକା ଓ ୨ଟି ଛକା ମାରିଥିଲେ। ପାଣ୍ଡ୍ୟା ୯୦ ବଲରେ ୮୭ ରନ୍ ସଂଗ୍ରହ କରିଥିଲେ। ସେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ୬୬ ରନରେ ଭାରତ ୪ ୱିକେଟ୍ ହରାଇଥିଲା। ଏହା ପରେ ପାଣ୍ଡ୍ୟା ଏବଂ ଇଶାନଙ୍କ ପ୍ରଶାଂସା ଯୋଗ୍ୟ । କିନ୍ତୁ ବର୍ଷା ହେତୁ ମ୍ୟାଚ୍ ଟାଇ ରହିଲା ବା ଡ୍ର ରହିଲା । ଆଉ ଉଭୟଙ୍କ ମଧ୍ଯରେ ପଏଣ୍ଟ ଭାଗ ଭାଗ ହୋଇଛି। ଶାହିନ୍ ଆଫ୍ରିଦି ପାକିସ୍ତାନ ପାଇଁ ଚମତ୍କାର ବୋଲିଂ କରିଥିଲେ। ସେ ୧୦ ଓଭରରେ ୩୫ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ଶାହିନ୍ ମଧ୍ୟ ୨ ଟି ଓଭର ମେଡନ ନେଇଥିଲେ। ୮.୫ ଓଭରରେ ୩୬ ରନ୍ ପାଇଁ ନସିମ ​​ଶାହା ୩ ୱିକେଟ୍ ନେଇଥିଲେ। ୯ ଓଭରରେ ୫୮ ରନ୍ ପାଇଁ ହରିସ୍ ରାଫ୍ ୩ ୱିକେଟ୍ ନେଇଥିଲେ। ଶାଦବ ଖାନ, ମହମ୍ମଦ ନୱାଜ ଏବଂ ଆଗା ଆସଲାମ ଗୋଟିଏ ବି ଉଇକେଟ ପାଇନାହାଁନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.