ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗ: ସୋନପୁର ବ୍ଲକ ଜୋନ ଫାଇନାଲରେ ଛକରମାଲ ଦଳ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଆୟୋଜିତ ସିନିଅର ଫୁଟବଲ ଲିଗରେ ଳ ସୋନପୁର ବ୍ଲକ ଜୋନ ଫାଇନାଲ ଦିବସ ଖେଳ ଛକରମାଲ ଜି.ପି ଓ କଳାପଥର ଜି.ପି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚରେ ଛକରମାଲ ଜି.ପି ପେନାଲଟି ୩-୧ ଗୋଲରେ କଳାପଥର ଜି.ପିକୁ ପରାସ୍ତ କରି ଛକରମାଲ ବ୍ଲକ ଦଳ ସୋନପୁର ଜୋନ ଚାମ୍ପିୟନ ହୋଇଅଛି ଏବଂ ଲିଗ ପର୍ଯାୟକୁ ଉନ୍ନୀତ ହୋଇଛି l ନାରାୟଣପୁର ଖେଳ ପଡିଆରେ ଅନୁଷ୍ଠିତ ଆଜିର ଏହି ଜୋନର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା ପରିଷଦ ଜୋନ -୨ ମଧୁସୂଦନ ଓତା, ଜ଼ିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ କୁମାର ପଣ୍ଡା, ନାରାୟଣପୁର ସରପଞ୍ଚ ପ୍ରମୋଦ ଧରୁଆ, ଗୋପାଳ ବରାଇ ଯୋଗ ଦେଇ ଖେଳାଳି ଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ l ପୁରୁଷୋତ୍ତମ ପାଣିଗ୍ରାହୀ, ଭୁକୁଲୁ ବକ୍ସି, ବିକାଶ ପଣ୍ଡା, ରାଜୀବ ପଟ୍ଟନାୟକ, ଚନ୍ଦନ ବେହେରା ପ୍ରମୁଖ ଆୟୋଜକ କମିଟି ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.