ଲକ୍ଷାଧିକ ଟଙ୍କାର କାଠ ଜବତ, ୪ ଜଣ କୋର୍ଟ ଚଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗତକାଲି ରାତ୍ର ସମୟରେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେଗାଁ ରେଞ୍ଜ ପକ୍ଷରୁ ନକଟିକାନି ନିକଟରେ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଥିବା ବେଳେ ୪ ଜଣଙ୍କୁ କୋର୍ଟ ଚଲାଣ କରିଥିବା ଜଣାପଡିଛି । କାଠ ଚୋରା ଚଲାଣ ହେଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇ କେଗାଁ ବନ ବିଭାଗର ଏକ ଟିମ ନକଟିକାନି ନିକଟରେ ଏକ ନମ୍ବର ବିହିନ ମହିନ୍ଦ୍ରା ଟ୍ରାକ୍ଟରକୁ ଅଟକାଇଥିଲେ । ସେଥିରେ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଚୋରା ଚଲାଣ ହେଉଥିବା ବେଳେ ଚଲାଣ କରୁଥିବା ନକଟିକାନି ଗ୍ରାମର ଗୋବର୍ଦ୍ଧନ ମାଝୀ, ଦେବାର୍ଚ୍ଚନ ମାଝୀ, ସୁଦର ମାଝୀ, ସୁଦେବ ମାଝୀଙ୍କୁ କାଠ ଓ ଟ୍ରାକ୍ଟର ସହିତ କେଗାଁ ବନ ବିଭାଗ ଅଫିସକୁ ଆଣିଥିଲେ । ଆଜି ଏସଂକ୍ରାନ୍ତରେ କେସ ନଂ ୨୦୬/୨୦୨୩ ରେ ଏକ ମାମଲା ରୁଜୁ କରି ସଂପୃକ୍ତ ୪ ଜଣଙ୍କୁ କୋର୍ଟ ଚଲାଣ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.