ମାନସିକ ବିକୃତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମକ୍ରାଗୁଡା ଗ୍ରାମରେ ଗତକାଲି ଜଣେ ମାନସିକ ବିକୃତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିବା ବେଳେ ଏସଂକ୍ରାନ୍ତରେ ପୋଲିସ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଅଭିଯୋଗରୁ ଜଣାଯାଏ ଯେ ମାନସିକ ବିକୃତ ନାବାଳିକା ଜଣକ ନିଜର ବାପା ଓ ମାଁ ସହିତ ବିଲକୁ ଯାଇଥିଲେ । ବିଲ ମଧ୍ୟରେ ନାବାଳିକା ଏକୁଟିଆ ଥିବା ଦେଖି ଏହି ଗ୍ରାମର ଜଣ ୫୫ ବର୍ଷୀୟ ବ୍ୟକ୍ତି ତା ସହିତ ଯୋର ଯବରଦସ୍ଥ ଦୁଷ୍କର୍ମ କରୁଥିବା ବେଳେ ସଂପୃକ୍ତ ନାବାଳିକାର ମାଁ ଆସି ତାଙ୍କୁ ବିରୋଧ କରି ଉଦ୍ଧାର କରିଥିଲେ । ଏସଂକ୍ରାନ୍ତରେ କେଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଏସଆଇ ମେଘରାୟ ହାଁସଦା ଥାନା କେସ ନମ୍ବର ୧୬୭/୨୦୨୩ ରେ ଏକ ମାମଲା ରୁଜ କରି ଏସଂକ୍ରାନ୍ତରେ ଜଣଙ୍କୁ ଅଟକ ରଖି ସଂପୃକ୍ତ ଦୁଷ୍କର୍ମ ପିଡିତା ମାନସିକ ବିକୃତ ନାବାଳିକାଙ୍କ ଡାକ୍ତରୀ ମାଇନା ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.