ପୌର ପରିଷଦରୁ ଛଟେଇ ପ୍ରତିବାଦ; ଆମରଣ ଅନଶନରେ ଚାରି ପରିବାର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପୌର ପରିଷଦରୁ ବେଆଇନ ଛଟେଇ ପ୍ରତିବାଦରେ ଆଜି କିଛି ଛଟେଇ ହୋଇଥିବା ସଫେଇ କର୍ମଚାରୀ ନିଜ ପରିବାର ଛୁଆ ପିଲାଙ୍କୁ ଧରି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଦେଇ ଆମରଣ ଅନଶନ ରେ ବସିଛନ୍ତି l ଦୀର୍ଘ ବର୍ଷ ରୁ କାର୍ଯ୍ୟ କରି ଆସୁଥିବା ଏହି କର୍ମଚାରୀ ମାନେ ବିଗତ ବର୍ଷରେ ସଫେଇ କର୍ମଚାରୀ ଙ୍କ ସାମୁହିକ ସ୍ୱାର୍ଥ ପାଇଁ ମହା ଆନ୍ଦୋଳନ ରେ ନେତୃତ୍ୱ ନେଇ ଥିବା କାରଣ ରୁ ତାଙ୍କ ଉପରେ ବ୍ୟକ୍ତିଗତ ଭାବେ ଆକ୍ରୋଶ ମନୋଭାବ ରଖି ବିଭାଗ ଏହି ଚରମ ପଦକ୍ଷେପ ନେଇଥିବା ଅନଶନ ରତ କର୍ମଚାରୀ ଅଭିଯୋଗ କରିଛନ୍ତି l ପୌର ଅଧିକାରୀ ଓ କାଉନସିଲ କୁ ଅନେକ ଗୁହାରି କରିବା ପରେ ଏବଂ ପୂର୍ବ ଆନ୍ଦୋଳନ ପାଇଁ କ୍ଷମା ମାଗିବା ପରେ ବି ପୁଣି ଏଇ ନିର୍ଦ୍ଧିଷ୍ଟ କିଛି କର୍ମଚାରୀ ଙ୍କ ଉପରେ ବେଆଇନ ଭାବେ ଛଟେଇ ନିର୍ଦ୍ଧେଶ କୁ ଏମାନେ ସହଜ ରେ ଗ୍ରହଣ କରି ପାରୁନାହାନ୍ତି l ଏବଂ ଜୀବନ ଜୀବିକା ନିର୍ବାହ କରୁଥିବା ଏଇ କାମ ପାଇଁ ହକ ଥିବା ଏଇ ସଫେଇ କାମରୁ ଏମାନଙ୍କୁ କେହି ବଞ୍ଚିତ କରିପାରିବେ ନାହି ବୋଲି କିଛି ଶ୍ରମିକ ନେତା ମତ ଦେଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.