ନିଶାଣପୁର ପଞ୍ଚାୟତରେ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ନିଶାଣପୁରେ ପଞ୍ଚାୟତ ସ୍ତରୀୟ ବିଡ଼ିଓଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତି ସେଠି, ଏବିଡିଓ ଦେବେନ୍ଦ୍ର ସାମଲ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିପିଓ କ୍ଷିତିଶ ଚନ୍ଦ୍ର ନାଏକ, ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମୀ, ଗ୍ରାମ ପଞ୍ଚାୟତ କର୍ମଚାରୀ, ନିଶାଣପୁର ଜନସାଧାରଣ ଉପସ୍ଥିତ ଥିଲେ। ନିଶାଣପୁର ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ନବ ଗୌଡ଼ ଓ ସମିତି ସଦସ୍ୟା ମଞ୍ଜୁଲତା ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ ଶିବିରରେ ୧୭୨ ଜଣଙ୍କ ଆପତ୍ତି ଅଭିଯୋଗକୁ ତାଲିକା ଭୁକ୍ତ କରାଯାଇଛି। ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଜମି ଜମା ସଂକ୍ରାନ୍ତୀୟ ମାମଲା, କୃଷି ସମ୍ବନ୍ଧୀୟ ସମସ୍ୟା, ଥାନାରେ ରହିଥିବା କେସ, ବିଦ୍ୟୁତ ସଂଯୋଗୀ କରଣ ବିଷୟରେ ଅଭିଯୋଗ ମାନ ହୋଇଥିଲା। ନାଏବ ସରପଞ୍ଚ ମଞ୍ଜୁଲତା ଶିବିର ପରିଚାଳନା କରିଥିବା ବେଳେ ଗ୍ରାମ ପଂଚାୟତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.