ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ସଂଗଠନ ସମ୍ପ୍ରସାରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି, ଓଡିଶା ସ୍ତରୀୟ ସଂଘଠନ ସମ୍ପ୍ରସାରଣ କରିବା ପାଇଁ କଳାହାଣ୍ଡି ଜିଲ୍ଲା ବିଶ୍ୱକର୍ମା ଭବନ ବାନ୍ଧପଲା ଠାରେ ଦ୍ୱିତୀୟ ଥର ପାଇଁ ସାଧାରଣ ସଭା ଅନୁଷ୍ଠିତ ହୋଇ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତା ଚୟନ କରାଯାଇଛି l ଏହି ସଭାରେ ସମିତିର ରାଜ୍ୟ ସଭାପତି ବଟକୃଷ୍ଣ ଓଝା, ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମହାରଣା, ରାଜ୍ୟ ସଂଗଠନ ସମ୍ପାଦକ ମନୋରଞ୍ଜନ ମହାରଣାଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ଧନୁର୍ଜ୍ୟ ମହାରଣାଙ୍କୁ ସଭାପତି, ନାରାୟଣ ମହାରଣାଙ୍କୁ କାର୍ଯ୍ୟକାରୀ ସଭାପତି ଓ  ଗୋବିନ୍ଦ ମହାରଣାଙ୍କୁ ଉପ ସଭାପତି ଘୋଷଣା କରାଯାଇଥିଲା। ଏହା ସହିତ ନୂତନ ସଦସ୍ୟ ଚୟନ କରାଯାଇ ଶପଥ ପାଠ କରାଯାଇଥିଲା l ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ମାନବାଧିକାର ସଂଘଠନର ରାଜ୍ୟ ସଭାପତି ରବି ମହାରଣା, ଏକତା ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିପ୍ତୀରେଖା ପଟ୍ଟନାୟକ ଓ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷ ଡଃ ସୁନୀତି ମୁଣ୍ଡ ଅତିଥି ଭାବେ ଯୋଗ ଦେଇ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.