ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୱାକର୍ସ କ୍ଳବ୍ ରାୟଗଡା ସଭ୍ୟଙ୍କ ଦ୍ବାରା ସ୍ଵାସ୍ଥ୍ୟ ସଚେତନତା କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟ ଓ ଜାତୀୟ ଦିବସ ବିଭିନ୍ନ ସମୟରେ ପାଳନ କରାଯାଉଛି | ଏହି ଅବସରରେ କ୍ଳବ୍ ପରିସରରେ ଆଜି କ୍ଳଵର ସଭାପତି ଶଙ୍କର୍ଷଣ ମଙ୍ଗରାଜ,ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ବାଉରୀ, ଆନ୍ତର୍ଜାତୀୟ ମୁଖ୍ୟ କୋର୍ଡିନେଟର ଅଭିମନ୍ୟୁ ନାୟକଙ୍କ ଉପସ୍ଥିତିରେ ଗୁରୁ ଦିବସ ପାଳନ କରାଯାଇଛି ।
ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ କ୍ଳଵର ୧୩ ଜଣ ସଭ୍ୟ ଶିକ୍ଷକବ୍ରୃନ୍ଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସୁବାଷ ଚନ୍ଦ୍ର ରଥ, ଟି. ଜୟରାମ,ଉଦୟ ଚନ୍ଦ୍ର ପଣ୍ଡା, କାହ୍ନୁ ଚରଣ ମିଶ୍ର ଓ ଵାଵୁରାଓ ମହାନ୍ତି ସଭ୍ୟ ପ୍ରମୁଖ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନୀ ଓ ଗୁରୁ ଦିବସ ଉପରେ ଆଲୋଚନା କରିଥିଲେ ।
ରାୟଗଡା ଯୋଗ କେନ୍ଦ୍ରରେ ଯୋଗ ଗୁରୁ ଟି. ଜୟରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଲାଲ ବିହାରୀ ଲେଙ୍କା, ବାସିନା ଡାଲିରାଜୁ, ଦାସରଥୀ ରାଜଗୁରୁ, ଆର୍ତ୍ତତ୍ରାଣ ମହାନ୍ତି, ହରିଶ୍ଚନ୍ଦ୍ର ଶବର, ରୁଦ୍ର ପ୍ରସାଦ ଚୌଧୁରୀ ଓ ମନମତ ତୁଳ ସହଯୋଗ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଜଳନ୍ଧର ପୁଷିକା ଧନ୍ୟବାଦ ଦେଇଥିଲେ |