ଚ଼େତନା ସ୍ବତନ୍ତ୍ର ମହାବିଦ୍ୟାଳୟ ଓ‌ ମାନସିକ ଅନଗ୍ରସର ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ ଓ‌ ଚ଼େତନା ମାନସିକ ଅନଗ୍ରସର ବିଦ୍ୟାଳୟ ରେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଓ‌ ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଥମେ ଗୁରୁଙ୍କ ପଦାକୁ ଧୋଇ ଫୁଲ ଚ଼ନ୍ଦନ ଲଗାଇ ପୂଜନ କରିଥିଲେ‌ ଏବଂ ବୈଠକ‌ ପ୍ରାରମ୍ଭରେ ଅନୁଷ୍ଠାନର ଉପସଭାପତି ପ୍ରଫେସର ବସନ୍ତ କୁମାର ଦାସ ଏବଂ ଯୁଗ୍ମ ସମ୍ପାଦକ ଡ଼ଃ ନିବେଦିତା ଜେନା ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ଏହାପରେ ପ୍ରଫେସର ଗୋପାଳ ଚନ୍ଦ୍ର ଦାସ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ବିଷୟରେ ଓ ଗୁରୁ ଦିବସର ତାପ୍ତର୍ଯ୍ୟ‌ ବିଷୟରେ ବିସ୍ମୃତ ଭାବରେ ଆଲୋଚ଼ନା କରିଥିଲେ। ଚେତନା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର କଠିନ ପରିଶ୍ରମ, ଏକାଗ୍ରତା,ସମୟାନୁବର୍ତ୍ତିତା ଦ୍ବାରା ଜଣେ ସଫଳତା ପାଇପାରିବ ବୋଲି ନିଜ ଅଭିଭାଷଣରେ ବିଦ୍ୟାର୍ଥୀଙ୍କୁ କହିଥିଲେ। ଏଥି ସହିତ ଚେତନା ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼ଃ ନାରାୟଣ ଚନ୍ଦ୍ର ପତି ଓ ପରାମର୍ଶଦାତା ଡ଼ଃ ବିଜୟା ପତି ସୁଦୂର ଜର୍ମାନୀରୁ ଅନଲାଇନ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଡି ହୋଇ ନିଜର ବହୁମୂଲ୍ୟ ଅଭିଭାଷଣ ରଖିବା ସହିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ସର୍ବାଙ୍ଗୀନ ଉର୍ନ୍ନତି ପାଇଁ ଦୃଢ ସଂକଳ୍ପ ନେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଚେତନା ବିଦ୍ୟାଳୟ ର ଅଧ୍ୟକ୍ଷ ସବିତା ପ୍ରଧାନ, ଶିକ୍ଷା ବିଭାଗ ମୁଖ୍ୟ ଡ଼ଃ ଭାଗିରଥି ମହାପାତ୍ର, ମନୋବିଜ୍ଞାନ ବିଭାଗ ମୁଖ୍ୟ ଡ଼ଃ ବିଚିତ୍ରାନନ୍ଦ ସ୍ୱାଇଁ, ବିଦ୍ୟାଳୟର ପୂର୍ବ ଅଧ୍ୟକ୍ଷ ସ୍ମୃତିରେଖା ମିଶ୍ର ଙ୍କ ସହ ଵିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ଏବଂ ଅଭିଭାଷଣ ରଖିଥିଲେ। ପରିଶେଷରେ ଚେତନା ମହାବିଦ୍ୟଳର ଉପାଧ୍ୟାକ୍ଷ ଶ୍ରୀ ଲଲାଟେନ୍ଦୁ କର ଧନ୍ୟବାଦ୍ ଦେବା ପରିପ୍ରେକ୍ଷୀରେ କହିଥିଲେ ଯେ ଗୁରୁ ଏବଂ ଶିଷ୍ୟ ଉଭୟ ଉଭୟଙ୍କ ପରିପୂରକ ଯିଏ ଯାହାକୁ ଯେତେ ଧନ୍ୟବାଦ୍ ଦେଲେ ବି କମ୍ ପଡିଯିବ। ଉକ୍ତ କାର୍ଯ୍ୟକ୍ରମ ଶେଷରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ୱାରା କରାଯିବ ସହ ସମସ୍ତ ଗୁରୁ ମାନଙ୍କୁ ଉପହାର ସଦୃଶ ଗୋଟେ ଗୋଟେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଓ ଗୋଲାପ ପ୍ରଦାନ କରି ଆଶୀର୍ବାଦ ନେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.