ଇଣ୍ଡିଆ ହେବକି ଭାରତ ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶର ଇଂରାଜୀ ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। କାରଣ ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ପାଇଁ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାହୋଇଛି । ଯାହାକୁ ନେଇ ଏବେ ଜୋରଦାର ଆଲୋଚନା କରାଯାଉଛି। ଏନେଇ ଭାରତୀୟ କ୍ରିକେଟ୍ ଦଳର ଅବସର ପ୍ରାପ୍ତ ସୁଦକ୍ଷ ଖେଳାଳି ବିରେନ୍ଦ୍ର ସେୱାଗ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରୁଥିଲେ। ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ଏକ ଟ୍ବିଟ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Omkar Vasthu
Omkar Vasthu

ଇଣ୍ଡିଆ ବନାମ ଭାରତ ଚର୍ଚ୍ଚା ମଧ୍ଯରେ ଅମିତାଭ ନିଜ ଟ୍ଵିଟରରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଜାତୀୟ ପତାକା ଓ ଗୌରୀକ୍ ପତାକା ଇମୋଜି ସହିତ ‘ଭାରତ ମାତା କି ଜୟ’ ଲେଖି ପୋଷ୍ଟଟିକୁ ସେୟାର କରିଛନ୍ତି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟକୁ ମାତ୍ର କିଛି ସମୟ ମଧ୍ୟରେ ହଜାର ହଜାର ଲୋକ ଲାଇକ କରିସାରିଲେଣି। ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଅଧିକ ଲୋକ ପୋଷ୍ଟକୁ ଲାଇକ କରିଥିବା ବେଳେ ୯ ହଜାରରୁ ଅଧିକ ଲୋକ ଏହାକୁ ରିପୋଷ୍ଟ୍ କରିଛନ୍ତି । ଏଥି ସହିତ ୫ ହଜାରରୁ ଅଧିକ ଲୋକ ଏହି ପୋଷ୍ଟରେ କମେଣ୍ଟ କରି ନିଜର ପ୍ରତିକ୍ରିୟା ଜଣାଇବା ସହିତ କିଛି ଲୋକ ତାଙ୍କୁ ଏହି ଟୁଇଟ୍ ପଛର କାରଣ ପଚାରିଛନ୍ତି। ତେବେ ଅମିତାଭ ବଚ୍ଚନଙ୍କ ଏହି ପୋଷ୍ଟ୍ ଦେଖିବା ପରେ ଚର୍ଚ୍ଚା ହେଉଛି ଯେ ବିଗ୍ ବି ଭାରତର ନାମ ପରିବର୍ତ୍ତନକୁ ନେଇ ନିଜର ସମର୍ଥନ ଜଣାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ସୂଚନା ଥାଉ କି, ଆଗାମୀ ଦିନରେ ଆୟୋଜିତ ହେବାକୁ ଯାଉଥିବା ଜି ୨୦ ସମ୍ମିଳନୀରେ ବିଶ୍ବର ଅନେକ ନେତା ଯୋଗ ଦେବେ। ଏହି ସମୟରେ ଆୟୋଜିତ ହେବାକୁ ଥିବା ରାତ୍ରି ଭୋଜନ ଲାଗି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଯେଉଁଥିରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାହୋଇଛି । ଯାହାକୁ ନେଇ ବର୍ତ୍ତମାନ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଏନେଇ ଅନେକ ନେତା ନିଜର ପ୍ରତିକ୍ରିୟା ଓ ମତାମତ ଦେଉଥିବା ବେଳେ ଅମିତାଭ ବଚ୍ଚନଙ୍କ ଏହି ଟ୍ୱିଟ୍ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.