ପାକିସ୍ତାନରେ ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ବୈଠକ ରଖିଲେ ସେନା ମୁଖ୍ୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୈତିକ ଦୁର୍ବଳତା ଜାରି ରହିଥିବା ବେଳେ ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ଦେଶର ଆବଶ୍ୟକତା ଅନୁଯାୟୀ ବିଦେଶୀ ପୁଞ୍ଜି ବିନିଯୋଗ ଆଣିବା ପାଇଁ ସେ ସବୁକିଛି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚାରି ଘଣ୍ଟିଆ ମାରାଥନ ବୈଠକରେ ସେ ଜୁବେର ମୋତିୱାଲା, ବିଜନେସ ଗ୍ରୁପ (ବିଏମଜି) ଚେୟାରମ୍ୟାନ୍, ତାରିକ ୟୁସୁଫ,କରାଚି ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଫେଡେରେଶନ ଅଫ ପାକିସ୍ଥାନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମୁଖ୍ୟ ଇରଫାନ୍ ଇକବାଲ୍ ଶେଖଙ୍କ ସହିତ ଆଲୋଚନା କରିଛନ୍ତି।

Omkar Vasthu
Omkar Vasthu

ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ଦେଶରେ ଦରଦାମ ବୃଦ୍ଧି ବିରୋଧରେ ବ୍ୟବସାୟୀମାନେ ଅନେକ ସହରରେ ଆନ୍ଦୋଳନ କରିଛନ୍ତି। ସେନା ମୁଖ୍ୟ ବ୍ୟବସାୟ ସମ୍ପ୍ରଦାୟକୁ ସାଉଦି ଆରବ ଗସ୍ତ ବିଷୟରେ ସୂଚନା ଦେଇ କହିଛନ୍ତି ସାଉଦି ଆରବର ୱାଲି ଆହାଦ ମହମ୍ମଦ ବିନ ସଲମାନ ତାଙ୍କୁ ସ୍ବତନ୍ତ୍ର ବିନିଯୋଗ ସୁବିଧା ପରିଷଦକୁ ଆମନ୍ତ୍ରଣ କରିଛନ୍ତି। ପାକିସ୍ତାନରେ ୨୫ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ନିଶ୍ଚିତ ହୋଇଛି।

Pearl dental clinic
Near Ashish Medical Store, Bhawanipatna

ଏହି ବୈଠକରେ ବ୍ୟବସାୟୀମାନଙ୍କୁ ଆଶ୍ୱାସନା ଦେଇ ଜେନେରାଲ ମୁନିର କହିଛନ୍ତି ଯେ ଆସନ୍ତା ବର୍ଷ କୁଏତ୍ ଏବଂ କତାରରୁ ପାଖାପାଖି ୨୫ରୁ ୩୦ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ହେବ। ପାକିସ୍ତାନୀ ମିଡିଆ ଜିଓ ନ୍ୟୁଜ୍ ରେପୋର୍ଟ ଅନୁଯାୟୀ ଫେଡେରେଶନ ଅଫ ପାକିସ୍ଥାନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମୁଖ୍ୟ ଇରଫାନ୍ ଇକବାଲ୍ ଶେଖ୍ କହିଛନ୍ତି ଯେ ସାଉଦି ଆରବ ପାକିସ୍ତାନରେ ଆଇଟି, ଖଣିଜ ପଦାର୍ଥ, କୃଷି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ କରିବାକୁ ନିଶ୍ଚିତ କରିଛି ବୋଲି ସୂଚନା ମିଳିଛି।

Udyog Nursery
Udyogi Nursery

ଏଥି ସହିତ ସେନା ମୁଖ୍ୟଙ୍କ କହିବା କଥା ଅନୁସାରେ ପାକିସ୍ତାନ ଷ୍ଟେଟ ବ୍ୟାଙ୍କ (ଏସବିବି) ରେ ୧୦ ବିଲିୟନ ଡଲାର ରଖାଯିବ ବୋଲି ଗଣମାଧ୍ୟମ ଜରିଆରେ ଶେଖ୍ ଏହା ପ୍ରକାଶ କରିଛନ୍ତି। ଏଥି ସହିତ ସେ ଆହୁରି କହିଛନ୍ତି ଯେ ଭବିଷ୍ୟତରେ ଏହା ପାକିସ୍ତାନୀ ଟଙ୍କା କିମ୍ବା ସୁନା ଆକାରରେ ଫେରି ଆସିବ, ଯାହା ଦ୍ୱାରା ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇପାରିବ। ପାକିସ୍ତାନର ବିକଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରି ଅନେକ ଗୁରୁତତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.